ମଦ୍ୟପ ଯୁବକର ଉନ୍ମତକାଣ୍ଡ ; ଯୁବକଙ୍କ ପରିବାର ପକ୍ଷରୁ ସଂଘବଦ୍ଧ ଆକ୍ରମଣରେ ୪ ଆହତ

Published By : Prameya-News7 Bureau | March 14, 2019 IST

କୁଜଙ୍ଗ ୧୪|୩ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ସାହାରାଡିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମୁକ୍ତମଞ୍ଚ ନାଟକ ଚାଲୁଥିବା ସମୟରେ ସେହି ଗ୍ରାମର ଜଣେ ଯୁବକର ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଗତକାଲି ମା ଶାରଳା ଡ୍ରାମାଟିକ୍ କ୍ଲବ୍ ସାହାରାଡିଆ ପକ୍ଷରୁ ମୁକ୍ତମଞ୍ଚ ନାଟକ ଅନୁଷ୍ଠିତ ହୋଇଥିଲା । ସେହି ଗ୍ରାମର ଲିଟୁ ଦାସ ନାମକ ଜଣେ ଯୁବକ ମଧ୍ୟ ନାଟକରେ ଅଭିନୟ କରୁଥିଲେ । ହେଲେ ତାଙ୍କର ନାଟକରେ ଅଭିନୟ ସରିଗଲା ପରେ ମଧ୍ୟ ମଞ୍ଚ ଉପରକୁ ଜୋରଜବରଦସ୍ତ ଯାଇ ଅନ୍ୟ କଳାକାରମାନଙ୍କୁ ହଇରାଣ କରିଥିଲେ। ତେବେ କ୍ଲବର ଅନ୍ୟ ସଦସ୍ୟ ମାନେ ତାଙ୍କୁ ରୋକିବାରୁ ସେ କାହାକୁ ଖାତିରି ନକରି ମଞ୍ଚରେ ସଜା ହୋଇଥିବା ସମସ୍ତ ଲାଇଟ୍ ସାମଗ୍ରୀ ଓ ସାଉଣ୍ଡ ସିଷ୍ଟମକୁ ଭାଙ୍ଗି ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲା। ତେବେ ସମସ୍ତ ଗ୍ରାମବାସୀମାନେ ଲିଟୁ ଦାସର ଘରକୁ ଯାଇ ପଚରାଉଚରା କରିବାରୁ ଓଲଟି ତାଙ୍କ ଉପରକୁ ଲିଟୁ ଦାସ ଓ ତାଙ୍କ ପରିବାର ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଯାହା ଫଳରେ ଚାରି ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ତେବେ ଚାରି ଜଣ ଭିତରକୁ ତିନି ଜଣଙ୍କ ର ସ୍ବାସ୍ଥ୍ୟ ଭଲ ଥିବାବେଳେ ଜଣେ ଗୁରୁତର ଭାବେ କଟକ ସ୍ଥାନାନ୍ତରିତ ହୋଇଛନ୍ତି। ଏ ନେଇ ଗ୍ରାମବାସୀମାନେ କୁଜଙ୍ଗ ଥାନାରେ ଏତଲା ଦେଇଥିବା ବେଳେ  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.