ଜମିବାଡି ବିବାଦକୁ କେନ୍ଦ୍ରକରି ଗୋଟିଏ ପରିବାର ୪ଜଣଙ୍କୁ ମରଣାନ୍ତକ ଆକ୍ରମଣ
25/02/2019 at 8:53 AM

ସୋର ୨୫|୨: ସୋର ଥାନା ସାଉଡୁ ଗାଁରେ ଜମିବାଡି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନାବାଳିକାର ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ ସୋର ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି ।

ସାଉଡୁ ଗାଁର ପ୍ରଫୁଲ୍ଲ ଜେନାଙ୍କ ପରିବାର ସହିତ ଅନ୍ୟ ଏକ ପଡୋଶୀଙ୍କ ଜମିବାଡି ଭାଗବଣ୍ଟାକୁ ନେଇ ପାଟିତୁଣ୍ଡ ହୋଇଥିଲା। ପଡୋଶୀ ପରିବାର ଏଥିରେ ଉତକ୍ଷିପ୍ତ ହୋଇ ପ୍ରଫୁଲ୍ଲଙ୍କ ପରିବାର ସଦସ୍ୟଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଏଥିରେ ପ୍ରଫୁଲ୍ଲଙ୍କ ସ୍ତ୍ରୀ ଦୌପ୍ରଦୀ, ନାବାଳିକା ଝିଅ ସରସ୍ବତୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ କରିଥିବା ଅଭିଯୋଗରେ ପଡୋଶୀ ବ୍ରହ୍ମାନନ୍ଦ ଶିଅଳକୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021