Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଚାକିରୀ ବାହାନାରେ ୪ ଜଣ ତାମିଲ ଯୁବତୀଙ୍କୁ କରାଯାଇଥିଲା ଦୁବାଇ ଚାଲାଣ: ସେଠାରେ ଲଗାଇଦିଆଗଲା ଦେହ ବେପାରରେ, ଉଦ୍ଧାର କଲା ପୋଲିସ

30/06/2019 at 4:28 PM

ଚାକୀରି ଦେବା ବାହାନାରେ ଭାରତୀୟ ଯୁବତୀଙ୍କୁ ଦୁବାଇ ଚାଳାଣ କରି ସେଠାରେ  ଜୋର କରି ଦେହ ବେପାରରେ ଲଗା ଯାଇଥିଲା। ଏବେ ଦୁବାଇ ପୋଲିସ ଏହି ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଭାରତ ପଠାଇଛନ୍ତି। ଏହି ୪ ଜଣ ଯୁବତୀ ତାମିଲନାଡୁର କୋଏମ୍ବଟୁରର ବାସିନ୍ଦା। ପ୍ରାୟ ସମସ୍ତଙ୍କ ବୟସ ୨୦ ବର୍ଷ।

ଏମାନଙ୍କୁ ଜଣେ ଏଜେଣ୍ଟ ମିଛ କହିଥିଲା ଯେ, ଦୁବଇରେ ଇଭେଣ୍ଟ ମ୍ୟାନେଜମେଣ୍ଟ କାମ କରିବା ପାଇଁ ୪ ଜଣ ମହିଳା ଦରକାର । ଏଜେଣ୍ଟର ମିଛ ଜାଲରେ ଫସି ଏହି ୪ ଜଣ ଯୁବତୀ ଦୁବଇ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଗୋଟେ ରୁମ୍‌ରେ ବନ୍ଦ କରାଯାଇଥିଲା। ସେମାନଙ୍କୁ ଏକ ଡାନ୍ସ ବାର ନେଇ ନାଚିବା ପାଇଁ ବାଧ୍ୟ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଜଣେ ଯୁବତୀ ହ୍ବାଟ୍‌ସଅପ୍‌ ଜରିଆରେ ତାଙ୍କ ଘର ଲୋକଙ୍କୁ ମେସେଜ କରିଥିଲେ।

ଏହି ଖବର ପାଇବା ପରେ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଭାରତୀୟ ପୋଲିସ ଦୁବାଇ ପୋଲିସକୁ ଏହି ଘଟଣାର ବିଷୟରେ ଜଣାଇଥିଲେ ।  ଦୁବଇ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଯୁବତୀଙ୍କୁ ଉଦ୍ଧାର କରିଥିଲା ।

ଦୁବାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ  ଭାରତୀୟ ପୋଲିସ କୃତଜ୍ଞତା ଜଣାଇଛି। ଏଥି ସହ ଦୁବଇ ପୋଲିସ ତାମିଲନାଡୁ ସରକାରଙ୍କୁ ଲେଖିଛନ୍ତି ଯେ, ଅଭିଯୁକ୍ତ ଏଜେଣ୍ଟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ତାକୁ ଉଚିତ୍‌ ଶିକ୍ଷା ଦିଆଯାଉ। ୨୦୧୮ ମସିହାରେ  ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଥିଲା।  

   Related Posts