ନେପାଳ: ପୁଣି ଶ୍ୱାସ ରୁଦ୍ଧ ହୋଇ ଗୋଟିଏ ଭାରତୀୟ ପରିବାରର ୪ ଜଣଙ୍କ ମୃତ୍ୟୁ, ୧୦ ଦିନରେ ଦ୍ୱିତୀୟ ଘଟଣା

Published By : Prameya-News7 Bureau | January 30, 2020 IST

କାଠମାଣ୍ଡୁ ୩୦।୧: ନେପାଳରେ ପୁଣି ଶ୍ୱାସ ରୁଦ୍ଧ ହୋଇ ଭାରତୀୟ ପରିବାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନେପାଳ ସିଦ୍ଧାର୍ଥନଗରରେ ଗୋଟିଏ ପରିବାରର ୪ ଭାରତୀୟ ବସ୍ତା ତଳେ ଚାପି ହେବା ଯୋଗୁ ନିଶ୍ୱାସ ରୁଦ୍ଧହୋଇ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ବି ଅଛନ୍ତି। ପାର୍ବତ୍ୟ ଦେଶରେ ଗତ ୧୦ ଦିନରେ ନିଶ୍ୱାସ ରୁଦ୍ଧ ହୋଇ ଲୋକେ ପ୍ରାଣ ହରାଇବାର ଏହା ଦ୍ୱିତୀୟ ଘଟଣା।

{"id":217948,"width":581,"height":374,"sizeSlug":"large"}

ଏହି ଘଟଣା ପଶ୍ଚିମ ନେପାଲ ସିଦ୍ଧାର୍ଥନଗର ନଗର ପାଳିକା ଅନ୍ତର୍ଗତ ଗୋଲାମଣ୍ଡି ପିପରିଆରେ ଘଟିଛି। ନେପାଳ ପୋଲିସ ଅନୁସାରେ ଶେହେଜାଦ ହୁସେନ, ତାଙ୍କ ପତ୍ନୀ ସଦ୍ଦାବ ଖାତୁନ ଓ ସେମାନଙ୍କର ୨ ବର୍ଷର ଝିଅ ଏବଂ ୬ ବର୍ଷର ପୁଅଙ୍କୁ ବସ୍ତା ତଳେ ଦବି ମରିପଡିଥିବା ଗୁରୁବାର ଦେଖାଯାଇଥିଲା। ମୃତକମାନେ ମୂଳ ରୂପରେ ଭାରତର ବିହାର ରାଜ୍ୟ ବାସିନ୍ଦା ବୋଲି ଚିହ୍ନଟ ହୋଇଛନ୍ତି। ଏମାନେ ଗତ ୧୫ ବର୍ଷ ହେଲା ଏଠାରେ ଅବସ୍ଥାନ କରୁଥିଲେ ଓ କବାଡି ବେପାର କରି ପରିବାର ଚଳାଉଥିଲେ। ପ୍ରାରମ୍ଭିକ ରିପୋର୍ଟରୁ ନିଶ୍ୱାସ ରୁଦ୍ଧ ହେବା ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି।

{"id":217949,"sizeSlug":"large"}

ସୂଚନା ଯୋଗ୍ୟଯେ ଗତ ୧୦ ଦିନ ପୂର୍ବେ ଅର୍ଥାତ ଜାନୁୟାରୀ ୨୧ ତାରିଖ ଦିନ ନେପାଳ ମକୱାନପୁର ଜିଲ୍ଲା ଦାମନର ଏକ ରିସୋର୍ଟରେ ଅବସ୍ଥାନ କରୁଥିବା ବେଳେ ୨ଟି ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ବିଷାକ୍ତ ଗ୍ୟାସ ଲିକ୍ ଯୋଗୁ ସେମାନେ ଶ୍ୱାସ ରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ମୃତକମାନେ କେରଳ କୋଝିକୋଡରୁ ନେପାଲ ଛୁଟି କଟାଇବାକୁ ଯାଇ ଫେରୁଥିବା ବେଳେ ଅଘଟଣର ଶିକାର ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.