Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ପ୍ରବାସୀ ଶ୍ରମିକଙ୍କୁ ଅଧା ରାସ୍ତାରେ ଓହ୍ଲାଇଦେଲା ବସ୍, ଅଭିଯୋଗ ପରେ ବସ୍ ସହ ଡ୍ରାଇଭର ଓ କଣ୍ଡକ୍ଟର ଅଟକ
  • ||
  • ଚାନ୍ଦବାଲି : ୨ ଦିନ ଆଖଣ୍ଡଳମଣୀଙ୍କ ମନ୍ଦିର ବନ୍ଦ, ଜଣେ ସେବାୟତ କରୋନା ପଜିଟିଭ୍ ପରେ ପ୍ରଶାସନର ପଦକ୍ଷେପ
  • ||
  • ଟାଙ୍ଗୀ : ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ହେଲପର ମୃତ, ଡ୍ରାଇଭର ଗୁରୁତର
  • ||
  • ରାଇରଙ୍ଗପୁର : ସ୍କୁଲ ନିକଟ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା
  • ||
  • ସୋର : ଭୁବନେଶ୍ବର-କୋଲକତା ଜନଶତାବ୍ଦୀ ଟ୍ରେନ୍‌ରେ ନିଆଁ, ଟଳିଲା ବଡ ଦୁର୍ଘଟଣା
  • ||
  • ‘ଚାକିରୀରେ ୬ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କୁ ସରକାର ରେଗୁଲାର କରିବାକୁ ବାଧ୍ୟ’, ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ, ୧୯୩୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଡ଼ଗାଁ ପଞ୍ଚାୟତ ୩ ଦିନ ପାଇଁ ଲକ୍‌ଡାଉନ୍‌, ବନ୍ଦ ରହିବ ହାଟ ଓ ବଜାର
  • ||
  • ରାୟଗଡ଼ାରେ ମୃଦୁ ଭୂକମ୍ପ, କ୍ଷୟକ୍ଷତିର ସୂଚନା ନାହିଁ
  • ||
  • ବଢୁଛି ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୯୮୯ ପଜିଟିଭ୍ ଚିହ୍ନଟ
  • ||

ଛୁଟିରେ ପଠାଇଦିଆଯାଇଥିବା ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଘର ଆଗରୁ ୪ ଆଇବି ଅଧିକାରୀଙ୍କୁ ସଂଦେହଜନକ ଅବସ୍ଥାରେ ଗିରଫ, ସରକାର ଗୁଇନ୍ଦାଗିରି କରୁଥିବା ସନ୍ଦେହ

25/10/2018 at 12:30 PM

ନୂଆଦିଲ୍ଲୀ ୨୫|୧୦: ସିବିଆଇରେ ଅନ୍ତଃକନ୍ଦଳ ଘଟଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଛୁଟିରେ ପଠାଇଦିଆଯାଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ସରକାରୀ ବାସଭବନ ସମ୍ମୁଖରୁ ୪ଜଣ ସଂଦିଗ୍ଧ ଲୋକଙ୍କୁ ଗିରଫ କରାଯାଇଛି । ଆଲୋକ ବର୍ମାଙ୍କ ସୁରକ୍ଷାକର୍ମୀମାନେ ଏହି ୪ଜଣଙ୍କୁ କାବୁ କରିଥିବାବେଳେ ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି । ପୋଲିସ ଏମାନଙ୍କୁ ଗିରଫ କରିବାପରେ ଏମାନେ ଇଣ୍ଟିଲିଜେନ୍ସ ବ୍ୟୁରୋ ବା ଆଇବିର ଅଧିକାରୀ ବୋଲି ଜଣାପଡିଛି । ଏହି ୪ଜଣ ହେଲେ ଧୀରଜକୁମାର, ପ୍ରଶାନ୍ତକୁମାର, ବିନୀତ ଗୁପ୍ତା ଏବଂ ଅଜୟକୁମାର । ଏମାନଙ୍କଠୁ ଆଇବିର କାର୍ଡ ଜବତ କରାଯିବା ସହ ଅନ୍ୟ ପରିଚୟ ପତ୍ର ଜବତ କରାଯାଇଛି । ଏମାନେ ସରକାରଙ୍କ ତରଫରୁ ଆଲୋକବର୍ମାଙ୍କ ଗତି ବିଧି ଉପରେ ନଜର ରଖିବା ସହ ଗୁଇନ୍ଦାଗିରି କରୁଥିଲେ ବୋଲି ଅନୁମାନ କରାଯାଉଛି । ପୋଲିସ ପଚରାଉଚରା ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଗତକାଲିଠାରୁ ଏହି ଚାରିଜଣ ଆଲୋକ ବର୍ମାଙ୍କ ଘର ପାଖରେ ସନ୍ଦେହଜନକ ଅବସ୍ଥାରେ ବୁଲାବୁଲି କରୁଥିଲେ । ଏମାନଙ୍କ ଗଡି ମଧ୍ୟ ଆଲୋକବର୍ମାଙ୍କ ସରକାରୀ ବାସଭବନ ପଛପଟେ ଲୁଚାଇ ରଖାଯାଇଥିଲା ।

ସିବିଆଇରେ ଚାଲିଥିବା ଅନ୍ତଃକନ୍ଦଳ ପାଇଁ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ସରକାର ଛୁଟିରେ ଯିବାପାଇଁ ରାତି ଅଧିଆନୋଟିସ  ଜାରୀ କରିଥିଲେ ।  ସେହିପରି ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ସ୍ଥାନାଙ୍କ ବିରୋଧରେ ଲାଂଚ ମାମଲାର ତଦନ୍ତ କରୁଥିବା ଡିଏସପି ଏ.କେ. ବସିଙ୍କୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ପୋର୍ଟବ୍ଲେୟାରକୁ ପଠାଇ ଦିଆଯାଇଛି । ଏପଟେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ।

ସେପଟେ ସିବିଆଇ ମଧ୍ୟରେ ଦେଖା ଦେଇଥିବା ଅନ୍ତଃକନ୍ଦଳକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଶେଷ କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ଛୁଟିରେ ପଠାଇବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଘଟଣାକୁ ପ୍ରସଙ୍ଗ କରି ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ବିବାଦୀୟ ରାଫେଲ ଚୁକ୍ତି ଉପରେ ପ୍ରଶ୍ନ ଉଠାଉଥିଲେ ସିବିଆଇ ନିର୍ଦ୍ଦେଶକ । ଏହା ସହ ଏହି ମାମଲାର ତଦନ୍ତ ମଧ୍ୟ କରିବାକୁ ଚାହୁଁଥିଲେ ଆଲୋକ ବର୍ମା । ତେଣୁ ଅନ୍ତଃକନ୍ଦଳ ବାହାନାରେ ସରକାର ତାଙ୍କୁ ଛୁଟିରେ ପଠାଇ ଦେଇଥିବା ରାହୁଲ ଗାନ୍ଧି ସଂଗୀନ ଅଭିଯୋଗ ଆଣିଛନ୍ତି । ଆଜି ଆଲୋକ ବର୍ମାଙ୍କ ଘର ଆଗରୁ ୪ଜଣ ଗିରଫ ହେବା ପରେ କଂଗ୍ରେସ ଅଭିଯୋଗ କରିଛି ଯେ, ଆଲୋକ ବର୍ମାଙ୍କୁ ଜବରଦସ୍ତ ଛୁଟିରେ ପଠାଇବା ପରେ କେନ୍ଦ୍ର ସରକାର ଗୁଇନ୍ଦାଗିରି କରୁଛନ୍ତି ।

   Related Posts