ବାଲି ଚୋରା ଚାଲାଣ ବେଳେ ୪ଟି ହାଇୱା ଜବତ

Published By : Prameya-News7 Bureau | May 29, 2020 IST

ସାଲେପୁର ୨୯।୫: ଚୋରାରେ ବାଲି ଚାଲାଣ ବେଳେ ହାଇୱା ଜବତ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ତହସିଲ ଅଞ୍ଚଳରେ । ଖୋଦ ତହସିଲଦାର ଚୋରା ବାଲି ବୋଝେଇ ହାଇୱା ଗୁଡ଼ିକୁ ଜବତ କରିବା ସହ ତହସିଲ କାର୍ଯ୍ୟାଳୟ ପରିସର ଫାଟକରେ ତାଲା ପକାଇ ଅଟକ ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ୪ଟି ଚୋରା ବାଲି ବୋଝେଇ ହାଇୱାଗୁଡ଼ିକ ଯାଉଥିବା ବେଳେ ସାଲେପୁର ତହସିଲଦାର ସେଗୁଡିକୁ ଶିଶୁଆ ବଜାରରେ ଅଟକାଇଥିଲେ । ହେଲେ ସେମାନେ ତହସିଲଦାର ଗାଡି ଉପରେ ଚଢ଼ାଇଦେବାକୁ ଉଦ୍ୟମ କରୁଥିବାବେଳେ ବହୁ କଷ୍ଟରେ ଗାଡି ଗୁଡିକୁ ଅଟକାଇ ତହସିଲ କାର୍ଯ୍ୟାଳୟ ପରିସରକୁ ଆଣି ତାଲା ପକାଇ ଅଟକ ରଖିଥିବାର ସୂଚନା ଦେଇଛନ୍ତି ସାଲେପୁର ତହସିଲଦାର ।

ପ୍ରତିଦିନ ଶହ ଶହ ଚୋରା ବାଲି ବୋଝେଇ ହାଇୱା ସାଲେପୁର ଜନଗହଳିପୂର୍ଣ୍ଣ ରାସ୍ତାରେ ଯାତାୟାତ କରିଥାନ୍ତି । ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.