Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଞ୍ଜାମରେ ୪ହଜାର ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

13/07/2020 at 1:42 PM

ବ୍ରହ୍ମପୁର ୧୩।୦୭ : ସାରାରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । ପ୍ରତିଦିନ କରୋନା ଗ୍ରାଫ ବଢିଚାଲିଛି । ଦିନକୁ ଦିନ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହାକୁ ନେଇ ଏବେ ଚିନ୍ତା ବଢିଯାଇଛି । ଏହିପରି ଆଜି ରାଜ୍ୟରେ ୬୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ହଜାର ପାର ହୋଇଛି । ସେହିପରି ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୨୮୩ କରୋନା  ପଜିଟିଭ୍  ରହିଛନ୍ତି । ଯାହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪ହଜାର ଡେଇଁଛି । ସୋମବାର ସୁଦ୍ଧା ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪୭କୁ ବୃଦ୍ଧି ପାଇଛି । ଆଜି ମଧ୍ୟ କରୋନାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ।ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ଏବେ ୪୩ କୁ ବୃଦ୍ଧି ପାଇଛି ।

ଗଞାମ ଜିଲ୍ଲା ରେ କୋରନା ସ୍ଥିତି ଅଣାୟାତ ହୋଇପଡିଛି । ଜିଲ୍ଲାରେ ବ୍ରହ୍ମପୁର ସହରରେ ଅଧିକ ଆକ୍ରାନ୍ତ ହୋଇଥିବା ନେଇ ଗ୍ରାଫ୍ ମାଧ୍ୟମରେ ଟୁଇଟ୍ କରି ସୂଚନା ଦେଇଛନ୍ତି ଗଞାମ ପି .ଡି । ସ୍ଥିତି ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଜାରି ରହିଛି।

   Related Posts