ଜଳିଗଲା ୪ ବଖରା, ସର୍ବସ୍ଵାନ୍ତ ହୋଇଗଲେ ପରିବାର
26/12/2020 at 8:13 PM

ଭଦ୍ରକ ୨୬।୧୨: ଅଗ୍ନିକାଣ୍ଡରେ ୪ ବଖରା ଘର ଭସ୍ମୀଭୂତ । ସର୍ବସ୍ବାନ୍ତ ହୋଇଗଲା ଗୋଟିଏ ପରିବାର। ଭଦ୍ରକ ଜିଲ୍ଲା ପୁରୁଣାଵଜାର ଥାନା ଅଧିନସ୍ଥ ନାଥସାହିରେ ଅଗ୍ନିକାଣ୍ଡ ଘଟିଛି। ନାଥସାହିର ରାଜେନ୍ଦ୍ର ଦାସଙ୍କ ଘରେ ଅଗ୍ନିକାଣ୍ଡ ହୋଇଛି । ଖତଗଦାର ଅଳିଆରୁ ନିଆଁ ବାହାରି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ୪ ବଖରା ଘର ସଂପୂର୍ଣ୍ଣ ଜଳିଯିବା ସହ ଘରର ସମସ୍ତ ଆସବାବପତ୍ର ସହ ଖାଦ୍ୟ ଶସ୍ୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷ ପୋଡି ପାଉଁଶ ହୋଇଯାଇଛି । ସ୍ଥାନୀୟ ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି ।
Related Posts
ଆଜିଠୁ କମିବ ଶୀତ, ୨ ଦିନ ପରେ ପୁଣି ବଢିବ
19 January 2021
ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
19 January 2021