ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୪ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

Published By : Prameya-News7 Bureau | March 18, 2020 IST

ଆନନ୍ଦପୁର ୧୮।୩: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ବାରିଗାଁରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୪ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଗାଁର ଦୀନବନ୍ଧୁ ଓଝାଙ୍କ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଯୋଗୁଁ ଗରମ ଅନୁଭୂତ ହେବାରୁ ପରିବାର ଲୋକେ ଉଠିପଡି ଜୀବନ ବିକଳରେ ବାହାରକୁ ବାହାରିଥିବାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ।

{"id":240249,"sizeSlug":"large"}

ଖବରପାଇ ଘସିପୁରା ଅଗ୍ନିଶମ ବିଭାଗର ପହଁଞ୍ଚିଥିଲେ ମଧ୍ୟ କିଛି ଜିନିଷ ଉଦ୍ଧାର ହୋଇପାରିନଥିଲା । ଘରେ ଥିବା ଧାନ, ଚାଉଳ ସମେତ ସମସ୍ତ ଆସବାବପତ୍ର ପୋଡିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.