Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

କରୋନା ଭୟରେ ଛୁଇଁଲେନି ଶବ , ଦୀର୍ଘ ଚାରିଘଣ୍ଟା ପରେ ସରପଞ୍ଚ କଲେ ଶବସତ୍କାର

6/08/2020 at 9:36 AM

ପଦ୍ମପୁର ୦୬।୦୮: ଗାଁରେ ଥିବା ଆତ୍ମୀୟଙ୍କ ମନରେ କରୋନା ଭୟ । ଯାହାକି ହଜାଇ ଦେଇଛି ମଣିଷ ପଣିଆ । ମୃତ୍ୟୁ ପରେ କେହି ଆସିଲେନି କାନ୍ଧ ଦେବାକୁ , ହେଲେ ଶେଷରେ ମଣିଷ ପଣିଆ ଦେଖାଇଲେ ଯୁବ ସରପଞ୍ଚ । ସାମାଜିକ ବନ୍ଧନ ଆଉ କରୋନା ଆତଙ୍କକୁ ତୁଚ୍ଛ ମଣି ଆଗେଇ ଆସିଲେ ଓ ମାନବିକତାର ପରିଚୟ ଦେଇଛନ୍ତି । ସହାୟତାର ହାତ ବଢେଇଲେ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ସାହୁ ଓ ତାଙ୍କର କିଛି ସହଯୋଗୀ । ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତର ତାଲପାଲି ଗାଁରେ ଘଟଣାଟି ଘଟିଛି  ।

ସୂଚନାଯୋଗ୍ୟ ଯେ, ଗତକାଲି ଅପରାହ୍ନ ୪ଟା ସମୟରେ ତାଲପାଲି ଗାଁର ନବେ ମିର୍ଦ୍ଧା (୨୦) ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିଲା। ସେ ପ୍ରାୟ କୋଡିଏ ଦିନ ଧରି ଜ୍ବରରେ ଆକ୍ରାନ୍ତ ଥିଲେ,  ତାଙ୍କ ଦେହ ଅବସ୍ଥା ଅତ୍ୟନ୍ତ ଗୁରୁତର  ହେବାରୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଥିଲେ । ମୃତ୍ୟୁ ଦେହକୁ ତାଲପାଲି ଅଣାଯାଇଥିଲା। ଘରେ ମୃତ ଯୁବକଙ୍କ  ବଡଭାଇ, ବିଧବା ମାଁ ଏବଂ ଭାଉଜକୁ ଛାଡି ଆଉ ନିଜର ବୋଲି କେହି ନାହିଁନ୍ତି। ଜାତିଆଣ ଭାବ ରଖି ଅବା କରୋନା ଭୟ କାରଣରୁ ଗାଁ ଲୋକ ଆସିଲେନି ।

ସେପଟେ ଆର ଗାଁରେ ଥିବା ତାଙ୍କ ନିଜ ଲୋକବି କାନ୍ଧ ଦେବାକୁ ଆସିଲେନାହିଁ । ଶବଟି ଦୀର୍ଘ ଚାରିଘଣ୍ଟା ଧରି ଘରେ ପଡିରହିଥିଲା । ଏହି ଖବର ପାଇଁ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ଶବ ସତ୍କାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସରପଞ୍ଚଙ୍କୁ ସହଯୋଗ କରିବା  ଏବଂ ଶବଟିକୁ କାନ୍ଧ ଦେବାପାଇଁ ପାଇଁ ଆଗେଇ ଆସିଥିଲେ ଗାଁର କିଛି ଯୁବକ। ଶବଟିକୁ ପୋତିବା ପାଇଁ ସରପଞ୍ଚ ଶ୍ରୀଯୁକ୍ତ ସାହୁ ଜେ.ସି.ବି ଦ୍ବାରା ଗାତ ଖୋଲି ଶବ ସତ୍କାର ପାଇଁ ସହଯୋଗ କରିଥିଲେ ।

   Related Posts