Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ମଥୁରା: ମସଜିଦ୍‌ରେ ହନୁମାନ ଚାଳିସା ପଢିଲେ ଚାରି ହିନ୍ଦୁ ଯୁବକ, ଜେଲ୍ ପଠାଇଲା ପୁଲିସ

3/11/2020 at 6:05 PM

ମଥୁରା ୦୩।୧୧: ଉତ୍ତର ପ୍ରଦେଶର ମଥୁରା ସ୍ଥିତ ଗୋବର୍ଦ୍ଧନ ଇଦଗାରେ ଚାରି ଯୁବକ ହନୁମାନ ଚାଳିସା ପାଠ କରିଛନ୍ତି। ମଙ୍ଗଳବାର ସକାଳେ ଏହି ହନୁମାନ ଚାଳିସା ପାଠ କରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଚାରି ଯୁବକଙ୍କୁ ଗିରଫ କରିଛି। ପରେ ଶାନ୍ତିଭଙ୍ଗ କରିବା ଧାରା ଆଧାରରେ ପୁଲିସ ଚାରି ଜଣଙ୍କୁ ଜେଲ୍ ପଠାଇ ଦେଇଛି।

ସୂଚନା ଅନୁଯାୟୀ, ଇଦଗାରେ ହନୁମାନ ଚାଳିସା ପାଠ କରିଥିବା ଯୁବକଙ୍କ ମଧ୍ୟରେ ସୌରଭ ଲମ୍ବରଦାର, ରାଘବ ମିତ୍ତଲ, କାହ୍ନା ଓ କୃଷ୍ଣା ଠାକୁର ସାମିଲ। ଏହି ସବୁ ଗୋବର୍ଦ୍ଧନ ଅଞ୍ଚଳର ବାସିନ୍ଦା। କିନ୍ତୁ ଏ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଅଭିଯୋଗ ଆସିନାହିଁ। ମାତ୍ର ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ଭାଇରାଲ ହେବା ପରେ ଚାରି ଯୁବକଙ୍କୁ ପୁଲିସ ଗିରଫ କରିଛି। ଶାନ୍ତିଭଙ୍ଗର ଧାରା ଆଧାରରେ ଚାଲାଣ କାଟି ଜେଲ୍ ପଠାଇ ଦିଆଯାଇଛି। ଅଭିଯୁକ୍ତଙ୍କ କହିବା କଥା ସେମାନେ ଭାଇଚାରା ବଢାଇବା ପାଇଁ ମସଜିଦକୁ ହନୁମାନ ଚାଳିସା ପଢିବାକୁ ଯାଇଥିଲେ।

ବରିଷ୍ଠ ପୁଲିସ ଅଧୀକ୍ଷକ ଡ. ଗୌରବ ଗ୍ରୋଭର କହିଛନ୍ତି ମଥୁରା ଜନପଦ ହିନ୍ଦୁ-ମୁସଲିମ ସୌହାର୍ଦ୍ଦ୍ୟର ପ୍ରତୀକ ରୂପେ ଜଣାଶୁଣା। ତେଣୁ କୌଣସି ସଂପ୍ରଦାୟର ବ୍ୟକ୍ତିଙ୍କୁ ଶାନ୍ତି ସୌହାର୍ଦ୍ଦ୍ୟ ବିଗାଡିବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏମିତି କାର୍ଯ୍ୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଉଲ୍ଲେଖନୀୟ ଏହା ପୂର୍ବରୁ ବ୍ରଜ ୮୪ କୋସ ଯାତ୍ରା କରି ଦୁଇ ମୁସଲିମ ଯୁବକ ନନ୍ଦଗାଓଁ ସ୍ଥିତ ନନ୍ଦବାବା ମନ୍ଦିର ପରିସରରେ ନଜାମ ପଢିଥିଲେ। ଏହାର ଫଟୋ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ ହୋଇଥିଲା। ଏହା ପରେ ୟୁପି ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଥିଲା। ଦୁଇ ଯୁବକଙ୍କ ନା ଫୈଜଲ ଖାନ ଓ ଚାନ୍ଦ ମହମ୍ମଦ।

   Related Posts