କାର୍ରୁ ମିଳିଲା ଟଙ୍କା ଭର୍ତ୍ତି ଦୁଇଟି ସୁଟ୍କେସ୍, ରାଜନୈତିକ ଦଳ କରୁଥିଲେ ଚାଲାଣ !
27/03/2019 at 1:22 PM

ଦିଗପହଣ୍ଡି ୨୭|୩ : ଗାଡିରୁ ବିପୁଳ ପରିମାଣର ଟଙ୍କା ଜବତ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ଓଆର୦୨ବିସି୮୮୯୯ ନମ୍ବର ବିଶିଷ୍ଟ ଇନୋଭା କାର୍ ଉପରେ ଚଢାଉ କରି ଫ୍ଲାଇଂ ସ୍କ୍ବାର୍ଡ ୫ଲକ୍ଷ ୩୬ହଜାର ଟଙ୍କା ଜବତ କରିଛି । ଜବତ ଟଙ୍କା ଦୁଇଟି ସୁଟକେସ୍ ରେ ଭର୍ତ୍ତି ହୋଇ ରହିଥିଲା । ତହସିଲଦାର ନେତୃତ୍ବରେ ଫ୍ଲାଇଂ ସ୍କ୍ବାର୍ଡ ଟଙ୍କା ଜବତ କରିବା ପରେ ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରିଛି । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ୪ଜଣଙ୍କୁ ଅଟକ ରଖିଛି ।

ଖବର ପାଇ ବିଭିନ୍ନ ରାଜନୈତିକ ଦଳର କର୍ମୀମାନେ ଥାନାରେ ପହଞ୍ଚି ଟଙ୍କା କେଉଁଠୁ ଆସିଥିଲା ଏବଂ କେଉଁଠିକୁ ଯାଉଥିଲା ତାହା ପ୍ରକାଶ କରିବା ପାଇଁ ଦାବି କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ଏହି ଟଙ୍କା କୌଣସି ରାଜନୈତିକ ଦଳର ବୋଲି ଅନୁମାନ କରାଯାଉଛି । ଗାଡିଟି ବ୍ରହ୍ମପୁରରୁ ମୋହନାକୁ ଯାଉଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ।