ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ମାମଲା : ୪ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
14/12/2020 at 10:27 AM

ଭୁବନେଶ୍ବର ୧୪।୧୨ : ଭୁବନେଶ୍ୱର ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା । ଘଟଣାରେ ୪ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗତକାଲି ବିଳମ୍ବିତ ରାତିରେ ୪ ଜଣଙ୍କୁ ଉଠାଇ ନେଇଥିବା ସୂଚନା । ଅଭିଯୋଗପତ୍ରରେ ନାଁ ଥିବା ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା, ସିକ୍ୟୁରିଟି ଗାର୍ଡ ବିଜୟ ରାଉତ ଓ ଅନ୍ୟ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା କାହାକୁ ଗିରଫ କରିବା ଏହା ପ୍ରଥମ ଘଟଣା ।
ସେପଟେ ହାଇକୋର୍ଟର ନିର୍ଦ୍ଦେଶ ପରେ ଏହି ମାମଲାରେ ପୋଲିସ ଡିଜି ବ୍ୟକ୍ତିଗତ ହାଜର ହୋଇଥିଲେ । ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ଆସନ୍ତା ୧୬ ତାରିଖ ସୁଦ୍ଧା କଣ ଅବଗତ କରାଇବାକୁ ନିର୍ଦ୍ଦେଶ ଥିଲା ।
ସୂଚନାଯୋଗ୍ୟ ଯେ, ଲକ୍ଡାଉନ୍ ସମୟରେ ଭୁବନେଶ୍ୱରରେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଥିଲା । ଏହାପର ଠାରୁ ରାଜ୍ୟରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ କେତେ ଜଣ ପୋଲିସ କର୍ମୀଙ୍କ ସହ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର କର୍ମଚାରୀମାନେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ ହୋଇଛି। ତେବେ ସିବିଆଇ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠିତ ଏସଆଇଟି ଏହି ମାମଲାର ତଦନ୍ତ କରୁ ବୋଲି ପ୍ରାର୍ଥନା କରି ହାଇକୋର୍ଟରେ ୨ଟି ପୃଥକ ପୃଥକ ମାମଲା ଦାଏର ହୋଇଛି ।