ପୋଲିସ୍‌ କବ୍‌ଜାରେ ବାଇକ୍‌ ଚୋରି ରାକେଟ୍‌, ୪ ଗିରଫ

Published By : Prameya-News7 Bureau | October 07, 2021 IST

ନୀଳଗିରି ୦୭।୧୦: ନୀଳଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ହାତରେ ଧରାପଡିଛନ୍ତି ବାଇକ୍‌ ଚୋରିର ବଡ଼ ରାକେଟ୍‌ । ୧୨ଟି ଚୋରି ବାଇକ୍‌ ସହ ୪ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନୀଳିଗିରି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

{"id":523578,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ନୀଳଗିରି ଅଞ୍ଚଳରେ ବାଇକ୍‌ ଚୋରି ବଢିବାରେ ଲାଗିଥିଲା । ଯାହାର ସୂଚନା ପାଇଥିଲା ପୋଲିସ । ଏନେଇ ନୀଳଗିରି ଆଇଆଇସିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍‌ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉରେ ୧୨ଟି ଚୋରି ବାଇକ୍‌ ଜବତ ସହ ୪ଜଣ ଚୋରଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଖନ୍ତାପଡା ଥାନା ଅଞ୍ଚଳର ଲିଟୁ ମଲିକ,  ଚିତ୍ତରଞ୍ଜନ ମଲିକ , ବନ୍ତ ଥାନା ଅଞ୍ଚଳର ଜଗବନ୍ଧୁ ଜେନା ଓ ଶଶିକାନ୍ତ ଜେନା ରହିଛନ୍ତି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନୀଳଗିରି ଆଇଆଇସି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.