Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ, ୩ ମହିଳା ସମେତ ୪ ଗିରଫ

6/10/2021 at 12:45 PM

ଜଳେଶ୍ୱର ୦୬।୧୦:  ୧୨୩ ଲିଟରର ଦେଶୀ ମଦ ସହିତ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି । ଏହାସହିତ ୩ଜଣ ମହିଳାଙ୍କ ସମେତ ୪ଜଣଙ୍କୁ ଗିରଫ କରିଯାଇଛି । ଜଳେଶ୍ୱର ଅବକାରୀ ବିଭାଗ ଓ ଜଳେଶ୍ୱର ପୋଲିସର ମିଳିତ ଚଢାଉରେ ଏହା ଜବତ ହୋଇଛି ।

ଖବର ଅନୁଯାୟୀ, ପାର୍ବଣ ଋତୁକୁ ନଜରରେ ରଖି ଜଳେଶ୍ୱର ଅବକାରୀ ବିଭାଗ ଓ ଜଳେଶ୍ୱର ପୋଲିସ ମିଳିତା ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି । ଏକ ୧୫ ଜଣିଆ ଟିମ୍‌ ବିଳମ୍ବିତ ରାତିରେ ଜଳେଶ୍ୱର ଥାନା ଗୋବରଘାଟା, ବାଲିପାଟଣା , ଲକ୍ଷ୍ମୀନାଥ,  ଗୋପ, ବିରିଶପୁର ଅଞ୍ଚଳରେ ଚଢାଉ କରିଥିଲେ । ଏହି ଚଢାଉରେ ପ୍ରାୟ ୧୨୩ଲିଟର ଦେଶୀ ମଦ ସହିତ ପଶ୍ଚିମବଙ୍ଗ ଲୋଗୋ ଥିବା ବିଦେଶୀ ମଦ ଜବତ ହୋଇଛି । ଏହାସହିତ ୩ଜଣ ମହିଳା ସମେତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ   ସାଲନ୍ତି ସିଂ. ମମତା  ସୋରେନ .ଵଲାୟ  ସିଂ . ଲକ୍ଷ୍ମୀ ପ୍ରିୟା ବ୍ରହ୍ମ ଥିବା ଜଣାପଡିଛି ।

   Related Posts