Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଭିଡ-୧୯ ସ୍କ୍ରିନିଂ ପାଇଁ ଯାଇଥିବା ହେଲ୍‌ଥ ଟିମ୍‌ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ, ଦୁଇ ଜଣ ମହିଳା ଡାକ୍ତର ଆହତ : ପ୍ରଶାସନର ତନାଘନା ପରେ ଇନ୍ଦୋରରୁ ୪ଗିରଫ

2/04/2020 at 2:49 PM

ଇନ୍ଦୋର ୦୨।୦୪: ସାରାଦେଶରେ କରୋନା ଭାଇରସ ଆତଙ୍କ ଦେଖାଦେଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୨ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ନେଇ ସ୍କ୍ରିନିଂ ପାଇଁ ଯାଇଥିବା ସ୍ୱାସ୍ଥ୍ୟକର୍ମୀ ଓ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରାଯାଇଥିଲା । ତେବେ ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ଚାରି ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶର ଇନ୍ଦୋରରେ କରୋନା ସଂକ୍ରମଣ ନେଇ ସ୍କ୍ରିନିଂ କାର୍ଯ୍ୟା ଚାଲୁଥିଲା । ତେବେ କିଛି ଲୋକ ସେଠାରେ ସ୍କ୍ରିନିଂ କାର୍ଯ୍ୟରେ ନିୟୋଜିତ ଥିବା ହେଲ୍‌ଥ ଟିମ୍‌ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଦୁଇଜଣ ମହିଳା ଡାକ୍ତର ଆହତ ହୋଇଥିଲେ । ଏବଂ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଗୁରୁବାର ଦିନ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆକ୍ରମଣ କରିଥିବା ଚାରିଜଣଙ୍କୁ ଗିରଫ କରିଛି । ସେମାନଙ୍କୁ ପଚରାଉଚରା ଜାରି ରଖିଛି । ତେବେ ଏହି ଘଟଣାରେ ଆଉ କେତେ ଜଣ ସାମିଲ ଅଛନ୍ତି , ସେନେଇ ପୋଲିସ ତନାଘନା ଜାରି ରହିଛି । ଆକ୍ରମଣ ହୋଇଥିବା ଅଞ୍ଚଳରେ ୫୦ରୁ ଅଧିକ ପରିବାର ଆଇସୋଲେସନ୍‌ରେ ଅଛନ୍ତି ।

   Related Posts