Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଶିକାରୀ ଆଡ୍ଡାରେ ବନବିଭାଗର ଅତର୍କିତ ଚଢାଉ, ୪ଗିରଫ ସହ ବନ୍ଧୁକ-ବାରହା ମାଂସ-ଶିକାର ସରଞ୍ଜାମ ଜବତ

26/01/2021 at 12:19 PM

ଢେଙ୍କାନାଳ ୨୬।୦୧: ଶିକାରୀ ଆଡ୍ଡା ଉପରେ ଚଢାଉ । ବନ୍ଧୁକ, ବାର୍‌ହା ମାଂସ ଓ ଶିକାର ସରଞ୍ଜାମ ଜବତ ସହ ୪ଜଣଙ୍କୁ ଗିରଫ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନକର୍ମଚାରୀମାନେ ଶିକାରୀ ଆଡ୍ଡା ଉପରେ ଚଢାଉ କରିଛନ୍ତି ।

ଖବର ଅନୁଯାୟୀ, ଜିଲ୍ଲା ବିଭିନ୍ନ ସ୍ଥାନରେ ଜୀବଜନ୍ତୁଙ୍କୁ ଶିକାର କରି ମାଂସ ବିକ୍ରି କରୁଥିଲେ । ଯାହାର ଖବର ପାଇବା ପରେ ବନବିଭାଗ ତୀକ୍ଷ୍ନ ନଜର ରଖିଥିଲା । ବିଶେଷ ସୁତ୍ରରୁ ଖବର ପାଇ ହିନ୍ଦୋଳ ବନକର୍ମଚାରୀମାନେ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ଶିକାରୀ ଆଡ୍ଡା ଉପରେ ଚଢାଉ କରିଛନ୍ତି । ହିନ୍ଦୋଳ ବନାଞ୍ଚଳର ଏହି ଚଢ଼ାଉ ବେଳେ ୪ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ।

lତେବେ ଗିରଫ ହୋଇଥିବା ୪ ଶିକାରୀମାନେ ହେଲେ ରାଧନାଥପୁର ଗାଁର ସୁଜନ ନାୟକ, ପାର୍ଥ ଭୋଇ, ବୁଲା ସାହୁ ଓ ତପନ ସାହୁ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ  ଗୋଟିଏ ବନ୍ଧୁକ,  କିଛି ବାରହା ମାଂସ ଓ ଶିକାରୀ ସରଞ୍ଜାମ ଜବତ କରାଯାଇଛି ।

   Related Posts