Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ପୂର୍ବ ଶତ୍ରୁତାକୁ ନେଇ ୨ଯୁବକଙ୍କୁ ଅତର୍କିତ ଆକ୍ରମଣ, ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

10/10/2020 at 2:44 PM

ବଲାଙ୍ଗୀର ୧୦।୧୦: ଦୁଇ ଯୁବକଙ୍କୁ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିବା ଘଟଣା । ପୋଲିସ ଘଟଣାରେ ୪ଜଣ ଆକ୍ରମଣ କାରୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଜିତେନ୍ଦ୍ର କୁମ୍ଭାର, ନୀରଜ୍‌ ହରପାଲ୍‌,ନିରାକାର ବାଗ୍‌ ଓ ସୁରେଶ ହରପାଲ୍‌ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ ତାରିଖ ଦିନ ଟାଉନ୍‌ ଥାନା ମଦନ ଗୁଡିଆ ଛକ ନିକଟରେ ୨ଜଣ ଯୁବକ (ତୁଷାରକାନ୍ତ ପାଢୀ ଓ ଗରିବ ପାଣ୍ଡେ)ଙ୍କୁ ଲୁହା ରଡ୍‌ରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ ୨ଜଣ ଯୁବକ ଲହୁଲୁହାଣ ହୋଇଥିବା ବେଳେ ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତେବେ ଆକ୍ରମଣ ସମ୍ପର୍କ ଟାଉନ୍‌ ଥାନା ପୋଲିସ ଜାଣିପାରି ଘଟଣାସ୍ଥଳରେ ପହଞ୍ଚିଥିଲା । ଅଚେତ ଅବସ୍ଥାରେ ପଡିଥିବା ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ବଲାଙ୍ଗୀର ମେଡିକାଲ ଓ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଥିଲା ।  

ସେପଟେ ଘଟଣାସମ୍ପର୍କରେ ଛାନ୍‌ଭିନ୍‌ ଆରମ୍ଭ କରିଥିଲା ପୋଲିସ । ବିଭିନ୍ନ ଲୋକଙ୍କ ଠାରୁ ତଥ୍ୟ ଓ ସିସିଟିଭି ଫୁଟେଜ୍‌ ଆଧାରରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରାଯାଇଥିବା ପୋଲିସ ପକ୍ଷରୁ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦିଆଯାଇଛି । ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ୨ଟି ବାଇକ୍‌ ମଧ୍ୟ ଜବତ କରିଛି ପୋଲିସ ।

   Related Posts