Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଜରାସିଂହା ଡବଲ ମର୍ଡର ଘଟଣା: ୩୬ ଘଣ୍ଟା ପରେ ପୋଲିସକୁ ସଫଳତା, ୪ ଅଭିଯୁକ୍ତ ଗିରଫ

25/01/2021 at 2:57 PM

ବଲାଙ୍ଗୀର ୨୫।୦୧: ବଲାଙ୍ଗୀର ଜରାସିଂହା ଗାଁରେ ଡବଲ ମର୍ଡର ଘଟଣା । ମାମଲାରେ ପୋଲିସକୁ ମିଳିଛି ସଫଳତା। ହତ୍ୟା ଘଟଣାରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗାଁରେ ଏବେ ବି ଅଶାନ୍ତିର ବାତବାରଣ ରହିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ  ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଖବର ଅନୁଯାୟୀ, ଶନିବାର ଦିନ ମୁଗ କ୍ଷେତରେ ପାଣି ମଡ଼ାକୁ ନେଇ ବଲାଙ୍ଗୀର ଜରାସିଂହ ଗାଁରେ ଡବଲ ମର୍ଡର ହୋଇଥିଲା । ଶ୍ରୀପତି ନାମକ ଜଣେ ବ୍ୟକ୍ତି  ମୁଗ ବାଡିରେ ପାଣି ଦେବାକୁ ଯାଇ ପାଖରୁ ଜଣଙ୍କ ଠାରୁ ପମ୍ପ ମାଗି ଆଣିଥିଲେ। ଯାହାକୁ ନେଇ ଧନମତ ତାଙ୍କୁ ପମ୍ପ ମାଗିକି ଆଣିବା କଥା କହିବା ସହ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏନେଇ ଉଭୟଙ୍କ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା।

ଧନମତ ପାଖରେ ରଖିଥିବା ଗୋଟିଏ ଟାଙ୍ଗିଆ ସାହାଯ୍ୟରେ ଶ୍ରୀପତିଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଶ୍ରୀପତିଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପାଖରେ ଥିବା ଶ୍ରୀପତିଙ୍କ ସମ୍ପର୍କୀୟ ମାନେ ଧନମତକୁ ଆକ୍ରମଣ କରିବା ସହ ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଏନେଇ ଅନ୍ୟ ଦୁଇ ଜଣ କର୍ମସୁନା ଓ ବ୍ରାହ୍ମାସୁନାଙ୍କ ହାତରେ ଟାଙ୍ଗିଆ ଚୋଟ ବାଜିଥିଲା। ଏଥିରେ ସେମାନେ ଗୁରୁତର ହୋଇଥିଲେ।

ଏହାପରେ ଧନମତଙ୍କ ଘରକୁ ଆସି ଶ୍ରୀପତିଙ୍କ ସମ୍ପର୍କିୟ ତାଙ୍କୁ ଗୋଟିଏ କାତି ସାହାଯ୍ୟରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଥିଲେ । ତେବେ ଧନମତଙ୍କ ମୃତଦେହ ଶନିବାର ରାତିରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ଗାଁରେ ପଡିରହିଥିବା ବେଳେ ରବିବାର ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି।  ଗାଁରେ ଶାନ୍ତି ସୃଙ୍ଖଳା ରକ୍ଷା କରିବା ପାଇଁ ୧ ପ୍ଲାଟୁନ ଫୋର୍ସ ମୂତୟନ କରାଯାଇଛି। ତେବେ ହତ୍ୟା ଘଟଣାରେ ୩୬ଘଣ୍ଟା ପରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

   Related Posts