ପଣାପିଇ ୩୦ରୁ ଅଧିକ ଅସୁସ୍ଥ ଘଟଣାରେ ଚାରି ଗିରଫ, କିଛି ଅସୁସ୍ଥଙ୍କ ଚିକିତ୍ସା ଜାରି

Published By : Prameya-News7 Bureau | April 14, 2020 IST

ଭଦ୍ରକ ୧୪।୦୪: ଓଡ଼ିଆ ନବ ବର୍ଷ ଓ ପଣା ସଂକ୍ରାନ୍ତି ଅବସର ରେ ପଣା ପିଇ ୩୦ରୁ ଅଧିକ ଅସୁସ୍ଥ ଘଟଣା ରେ ୪ଜଣ ଗିରଫ । ଅସୁସ୍ଥମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ପିରିପୁର ଓ ମହୁରା ଗାଁ ରେ ଗ୍ରାମଦେବତୀ ଙ୍କ ପାଖ ରେ ପଣା ସଂକ୍ରାନ୍ତି ରେ ପଣା ପିଇ ୧୦ରୁ ଅଧିକ ଛୋଟ ଶିଶୁଙ୍କ ସମେତ ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ । ଅସୁସ୍ଥଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ପିରିପୁର ଓ ମହୁରା ଗାଁ ରେ ଗ୍ରାମଦେବତୀଙ୍କ ପାଖରେ ପଣା ସଂକ୍ରାନ୍ତିରେ ପଣାର ବ୍ୟବସ୍ଥା ହୋଇଥିଲା । ସେହି ପଣା ପିଇ ୧୦ରୁ ଅଧିକ ଛୋଟ ଶିଶୁଙ୍କ ସମେତ ୨୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ । ଅସୁସ୍ଥଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଲକଡାଉନ ବେଳେ ଆୟୋଜନ ହୋଇଥିବାରୁ ୪ଜଣ ଙ୍କୁ ଭଣ୍ଡାରିପୋଖରୀ ପୋଲିସ ଗିରଫ କରିଛି । ତେବେ ଗ୍ରାମଦେବତୀଙ୍କ ମନ୍ଦିର ବିଲ ମଝିରେ ହୋଇଥିବାରୁ କୌଣସି ନିୟମକୁ ନମାନି ଆୟୋଜନ ହୋଇଥିବା ସୂଚନା ମିଳିଛି । ଅସୁସ୍ଥଙ୍କ ମଧ୍ୟରୁ କେତେଜଣ ଏବେ ବି ଚିକିତ୍ସିତ ହେଉଥିବା ବେଳେ ଭଦ୍ରକ ଏସପି ଓ ଅନ୍ୟାନ୍ୟ ପଦାଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତେବେ ଗିରଫ ହୋଇଥିବା ୪ଜଣ ଆୟୋଜକ ବୋଲି ସୂଚନା ଦେଇଛନ୍ତି ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.