Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ATMରେ ଲୋଡ୍ ବେଳେ ୨୯ ଲକ୍ଷ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟ୍ ଘଟଣା : ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା

27/11/2021 at 11:01 AM

ଭଦ୍ରକ ୨୭।୧୧: ଏଟିଏମ୍ ମେସିନରେ ଟଙ୍କା ଲୋଡ୍ ବେଳେ ୨୯ ଲକ୍ଷ ଟଙ୍କା ଭର୍ତ୍ତି ଟ୍ରଙ୍କ ଲୁଟ୍ ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ । ଲୁଟ୍ ସନ୍ଦେହରେ କିଛି ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟ ଏଟିଏମରେ ଟଙ୍କା ଲୋଡ୍ ବେଳେ ଶୁକ୍ରବାର ରାତି ସମୟରେ ଲୁଟ୍ ହୋଇଛି ।

ଚରମ୍ପା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟରେ ଏସବିଆଇ ବ୍ୟାଙ୍କ ଏଟିଏମରେ ଟଙ୍କା ଲୋଡ କରୁଥିଲେ ସିଏମଏସ ସଂସ୍ଥାର କର୍ମଚାରୀ । ତିନି ବାଇକରେ ୬ଜଣ ଲୁଟେରା ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ୍ ଅଭିଯୋଗ ହୋଇଛି । ଲୁଟେରାଙ୍କ ମଧ୍ୟରେ ୩ଜଣଙ୍କ ନିକଟରେ ବନ୍ଧୁକ ଥିବାବେଳେ ସେମାନେ ଟଙ୍କା ଭର୍ତ୍ତି ଟ୍ରଙ୍କକୁ ନେଇଯାଇଛନ୍ତି । ଏଟିଏମରେ ଟଙ୍କା ଲୋଡ଼ କରୁଥିବା ୪ କର୍ମଚାରୀଙ୍କୁ ଟାଉନ ଥାନାରେ ପଚରାଉଚୁରା କରାଯାଉଛି । ପୋଲିସ କିଛି ଲୋକଙ୍କୁ ମଧ୍ୟ ଅଟକ ରଖିଥିବା ସୂଚନା ମିଳିଛି । ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଯାଞ୍ଚ ହେଉଛି । ୪ ଜଣ ଅଟକ କର୍ମଚାରୀଙ୍କୁ ପଚରାଉଚୁରା ଚାଲିଛି ।

   Related Posts