ଡକାୟତି ଯୋଜନା ପଣ୍ଡ : ୪ ଡକାୟତଙ୍କୁ ମାଡିବସିଲା ପୋଲିସ, ଜଣେ ଫେରାର

Published By : Prameya-News7 Bureau | July 27, 2021 IST

ରାଉରକେଲା ୨୭।୭: ରାଉରକେଲାର ଏକ ସୁନା ଦୋକାନରୁ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପ୍ଲାଣ୍ଟସାଇଟ୍ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିଛି । ଅନ୍ୟ ଡକାୟତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ଡକାୟତଙ୍କଠାରୁ ପୋଲିସ ଗୋଟିଏ ପିସ୍ତଲ, ୬ଟି ଗୁଳି ସହ ଡକାୟତି ଲାଗି ବ୍ୟବହୃତ ହେବାକୁ ଥିବା ଏକ କାର୍ ସହ ଅନେକ ମାରଣାସ୍ତ୍ର ଜବତ କରିଛି ।  

{"id":486451,"width":749,"height":412,"sizeSlug":"large","linkDestination":"none"}

ରାଉରକେଲା ସହରର ପୁରୁଣା ଟ୍ୟାକ୍ସିଷ୍ଟାଣ୍ଡ ନିକଟରେ ଥିବା ଏକ ସୁନା ଦୋକାନରେ ଡକାୟତି କରିବାକୁ ୫ ଜଣ ଡକାୟତ ଗୋପବନ୍ଧୁପାଲି ନିକଟରେ ଯୋଜନା କରୁଥିଲେ । ଖବର ପାଇ ପୋଲିସ ସେଠାରେ ପହଞ୍ଚି ସେମାନଙ୍କୁ ମାଡି ବସିଥିଲା । ହେଲେ ଜଣେ ଡକାୟତ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି ।  ଧରା ପଡିଥିବା ୪ ଡକାୟତଙ୍କୁ ଗିରଫ କରିବା ସହ ଫେରାର ଡକାୟତଙ୍କୁ ପୋଲିସ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.