Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପିକଅପ୍‌ ଭ୍ୟାନରୁ ଖସି ଚାରି କାଉଡ଼ିଆ ଗୁରତର

29/07/2019 at 11:48 AM

ନୀଳଗିରି୨୯|୭: ବାଲେଶ୍ଵର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ବର ପୀଠରୁ ଜଳାଭିଷେକ କରି ଫେରୁଥିବା ବେଳେ ଡାଲା ଖୋଲିଯିବାରୁ ଚଳନ୍ତା ପିକଅପ ଭ୍ୟାନରୁ ଖସି  ଚାରିଜଣ କାଉଡ଼ିଆ  ଗୁରୁତର ହୋଇଛନ୍ତି।

ବାଲେଶ୍ଵର ଜିଲ୍ଲା କସାଫଳ ଅଂଚଳର କିଛି ଯୁବକ ପଂଚଲିଙ୍ଗେଶ୍ବର ଶୈବପୀଠରୁ ଜଳାଭିଷେକ କରି ଏକ ପିକଅପ ଭ୍ୟାନ୍ ରେ ଘରକୁ ଫେରୁଥିଲେ।ହଠାତ ଏକ ହମ୍ପସ ପଡ଼ିଯିବାରୁ ଡ୍ରାଇଭର ଗାଡିଟିକୁ ନିୟନ୍ତ୍ରଣ କରିନପରିବାରୁ ଗାଡିର ଡାଲା ଖୋଲିଯାଇଥିଲା।ଫଳରେ ଚାରିଜଣ କାଉଡ଼ିଆ  ତଳକୁ ଖସିପଡିଥିଲେ।

ଗୁରୁତର ସୁବୋଧ ଦାସ,କାର୍ତିକ ଜେନା, ପ୍ରଶାନ୍ତ ଜେନା, ସୁଶାନ୍ତ  ଜେନାଙ୍କୁ  ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ତେବେ ସୁବୋଧଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

   Related Posts