Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ମର୍ମନ୍ତୁଦ ଦୁର୍ଘଟଣା : ଗଛରେ ପିଟିହେଲା କାର୍, ୪ ମୃତ

11/01/2020 at 7:01 AM

ନୟାଗଡ଼ ୧୧।୧: ନୟାଗଡ଼ କରଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଗଛରେ କାର୍ ପିଟି ହେବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ତିନି ଜଣ ଓ ଡ୍ରାଇଭର ଅଛନ୍ତି । ସମସ୍ତେ ନୟାଗଡ ଜିଲ୍ଲା ଓଡଗଁ। ଥାନା ନନ୍ଦିଘର ଗ୍ରାମର । ମୃତକମାନେ ହେଲେ ନନ୍ଦିଘର ଗ୍ରାମର ଚିରଞ୍ଜିବୀ ସାହୁ, ତାଙ୍କ ପତ୍ନୀ ମଧୁସ୍ମିତା ସାହୁ ଏବଂ ସେମାନଙ୍କର ୧୧ବର୍ଷର ପୁଅ ଆଦିତ୍ୟ ଓ କାର୍ ଡ୍ରାଇଭର୍ ସନ୍ତୋଷ କୁମାର ନାୟକ ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଚିରଞ୍ଜିବୀ ସାହୁ ନିଜ ପରିବାର ଏବଂ ଦୁଇ ସଢୁ ଓ ଦୁଇ ଶାଳୀଙ୍କ ସହ ମେଡିକାଲ୍ ଚେକ୍ଅପ୍ ପାଇଁ ନିଜ କାରରେ କଟକ ବଡ ମେଡିକାଲ ଯାଇଥିଲେ । ଫେରିବା ସମୟରେ ଦୁଇ ଜଣଙ୍କୁ ଭୁବନେଶ୍ବରରେ ଛାଡି ଆସିବା ପରେ ରାତି ପ୍ରାୟ ୧୧ଟା ସମୟରେ ନୟାଗଡରେ ପହଞ୍ଚିଥିଲେ ।

ନୟାଗଡରେ ଜଣେ ଶଢୁ ଏବଂ ଶାଳୀ ଓହ୍ଲାଇବା ପରେ ଝିଅକୁ ସହରର ଏକ ଘରୋଇ କଲେଜ ହଷ୍ଟେଲରେ ଛାଡି ପତ୍ନୀ ଓ ପୁଅ ସହ ଗଁ।କୁ ଫେରୁଥିଲେ । ରାତି ପ୍ରାୟ ୧ଟା ସମୟରେ ଶରଣକୁଳ ଥାନା କରଡା ନିକଟରେ ଗାଡିଟି ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଡ୍ରାଇଭରର ଆଖି ଲାଗିଯାଇଥିବା କାରଣରୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମଧୁସ୍ମିତାଙ୍କର ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣୁଥିବା ସମୟରେ ବାଟରେ ମୃତ୍ୟୁ ହୋଇଥିଲା । ଗଁ।ରେ ପହଞ୍ଚିବାକୁ ଆଉ ମାତ୍ର ୫ କିଲୋମିଟର ଥିବାବେଳେ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ଖବର ଶୁଣିବା ପରେ ନୟାଗଡ ଡାକ୍ତରଖାନାରେ ସମ୍ପର୍କୀୟମାନଙ୍କ ଭିଡ ଜମିଥିବାବେଳେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । 

   Related Posts