ସ୍କର୍ପିଓକୁ ଧକ୍କା ଦେଇ କାମ କରୁଥିବା ଶ୍ରମିକଙ୍କ ଉପରେ ମାଡିଗଲା କାର୍ , ୫ ମୃତ

Published By : Prameya-News7 Bureau | January 22, 2020 IST

ସୁନ୍ଦରଗଡ ୨୨।୦୧:  ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବିଜୁ ଏକ୍ସପ୍ରେସ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । କାର୍‌ ଓ ସ୍କର୍ପିଓ ମଧ୍ୟରେ ଦୁର୍ଘଟଣା ଘଟି ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଜଣେ ମହିଳା ସମେତ ଚାରି ପୁରୁଷ ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବେଚ୍ଛେଦ ପାଇଁ ପଠାଇଛି ।

{"id":214513,"sizeSlug":"large"}

ସୂଚନାଯୋଗ୍ୟ ଯେ,  ରାଜଗାଙ୍ଗପୁର ବିଜୁ ଏକ୍ସପ୍ରେସ ନିକଟରେ ରାସ୍ତାକାମ କରୁଥିଲା ଶ୍ରମିକ । ରାସ୍ତାର ଉଭୟ ପଟୁ ଏକ କାର ଓ ସ୍କର୍ପିଓ ଆସୁଥିଲେ । ତେବେ କାର୍‌ଟି ଭାରସାମ୍ୟ ହରାଇ ସ୍କର୍ପିଓକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ପରେ କାର୍‌ଟି ନିକଟରେ କାମ କରୁଥିବା ଶ୍ରମିକଙ୍କ ଉପରେ ଚଢିଯାଇଥିଲା ।

{"id":214580,"sizeSlug":"large"}

ଘଟଣାସ୍ଥଳରେ ୪ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା , ପରେ ଜଣେ ମହିଳା ଶ୍ରମିକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବା ବେଳେ ୩ଜଣ ପୁରୁଷ ଶ୍ରମିକ ବୋଲି ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ କାର୍‌ଟି ରାଉରକେଲାରୁ ସୁନ୍ଦରଗଡ ଆସୁଥିବା ବେଳେ ସ୍କର୍ପିଓଟି ସୁନ୍ଦରଗଡରୁ ରାଉରକେଲା ଆସୁଥିଲା ।

{"id":214581,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.