ବନ୍ଦ ଘରେ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ, କାବଟ ଭାଙ୍ଗି ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | January 11, 2020 IST

ସୁନ୍ଦରଗଡ ୧୧।୧: ଘର ଭିତରୁ ମିଳିଲା ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଆଇଟି କଲୋନୀ ବି/୭ ଘର ଭିତରୁ ଏହି ମୃତଦେହ ମିଳିଛି । ମୃତଦେହ ମଧ୍ୟରେ ଦୁଇ ଜଣ ଶିଶୁ ଅଛନ୍ତି । ଭିତର ପଟୁ କବାଟ ବନ୍ଦଥିବା ଘର ଭିତରୁ ଦୁର୍ଗନ୍ଧ ହେବାରୁ ପଡିଶାଲୋକେ ପୋଲିସକୁ ଖବର ଦେଇଥିଲେ ।

{"id":209799,"sizeSlug":"large"}

ଘରଟି ପ୍ରୋମଦ ରାଉତଙ୍କ ହୋଇଥିବା ବେଳେ ସେ କାଂଶବାହାଲ ଗୋଆଲପଡା ନିବାସୀ ରଞ୍ଜିତ ପ୍ରସାଦଙ୍କୁ ଭଡାରେ ଦେଇଥିଲେ । ୨୮ ବର୍ଷୀୟ ରଞ୍ଜିତ ପ୍ରସାଦ ୪ ମାସ ତଳେ ଘରଟିକୁ ଭଡାରେ ନେଇଥିଲେ । ରଞ୍ଜିତ ସ୍ଥାନୀୟ ଡାଲମିଆ ଫ୍ୟାକ୍ଟ୍ରିରେ ମେକାନିକାଲ ବିଭାଗରେ କାର୍ଯ୍ୟରତ ଥିଲେ । ତାଙ୍କ ସହ ତାଙ୍କ ସ୍ତ୍ରୀ ଚିନୁ, ତିନି ବର୍ଷର ଝିଅ କନକ, ଦେଢ଼ ବର୍ଷର ପୁଅ ରହୁଥିଲେ । ପଡିଶା ଲୋକେ ଗୁରୁବାର ସକାଳେ ଦେଖିଥିବା ବେଳେ ଆଉ ରଞ୍ଜିତ କିମ୍ବା ତାଙ୍କ ପରିବାରକୁ ଦେଖି ନଥିଲେ ।

{"id":209800,"sizeSlug":"large"}

କୌଣସି ପରିବାରିକ କଳହକୁ ନେଇ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ, ମାଜିଷ୍ଟ୍ରେଟ୍ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘରର କବାଟ ଭାଙ୍ଗି ଦେଖିବା ପରେ ବେଡ୍ ଉପରେ ୪ଟି ଯାକ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସମସ୍ତଙ୍କ ଦେହ ଫୁଲିଯାଇଥିବା ବେଳେ ଏହା ନଷ୍ଟ ହେବାକୁ ବସିଲାଣି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.