ଅଜଣା ଗାଡି ଧକ୍କାରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ; ୪ ମୃତ, ଜଣେ ଗୁରୁତର

Published By : Prameya-News7 Bureau | February 25, 2019 IST

ବେତନଟୀ ୨୫|୨: ୧୮ ନମ୍ବର ଜାତୀୟ ରାଜପଥର ତାରାକୋଟି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଅଜଣା ଗାଡି ଧକ୍କାରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତ୍ତର । ମୃତକଙ୍କ ମଧ୍ୟରୁ ତିନିଜଣ ବାରିପଦା ସାଇବିନାୟକ ନାମକ ବିବାହ ମଣ୍ତପରେ ବିବାହ ଭୋଜିରେ ରୋଷେଇ କାମ ସାରି ଏକ ସ୍କୁଟିରେ ନିଜ ଗ୍ରାମ ବୌଶିଙ୍ଗା ଥାନା ବ୍ରହ୍ମପୁରା ଗ୍ରାମକୁ ଆସୁଥିବା ସମୟରେ ଘଟିଛି ଦୁର୍ଘଟଣା । 

ତିନିଜଣ ଏକ ସ୍କୁଟିରେ ବାରିପଦାରୁ ବ୍ରହ୍ମପୁରା ଅଭିମୁଖେ ଆସୁଥିବା ସମୟରେ ତାଙ୍କ ଆଗରେ ଏକ ପଲସରରେ ଦୁଇଜଣ ଯୁବକ ବାଲେଶ୍ବର ଅଭିମୁଖେ ଯାଉଥିଲେ । ଉଭୟ ସ୍କୁଟି ଓ ପଲସରକୁ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଚାରିଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଚାରିଜଣଙ୍କ ମଧ୍ୟରୁ ତିନି ଜଣ ହେଲେ ବ୍ରହ୍ମପୁରା ରାଜା ଓ ବାଙ୍କୁଆ ସହିତ ଡାଙ୍ଗିରିପୁରାର ଜଣେ ଯୁବକ ।

ପଲସର ବାଇକରେ ଥିବା ଦୁଇ ଯୁବକ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିଚୟ ଜଣା ପଡିନାହିଁ । ଅନ୍ୟ ଜଣେ ହେଲେ ପ୍ରଭାତ କୁମାର ସେଣ୍ତ । ଘଟଣାସ୍ଥଳରେ ବେତନଟୀ ପୋଲିସ ପହଞ୍ଚି ଗୁରୁତର ପ୍ରଭାତକୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗୁରୁତର ଜଣଙ୍କର ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.