ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ; ୪ ମୃତ, ୨ ଗୁରୁତର

Published By : Prameya-News7 Bureau | December 31, 2018 IST

ରାୟଗଡା ୩୧|୧୨:  ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ ତୟାପୁଟ୍ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ ରାୟଗଡାରୁ ଚଇତି ମହୋତ୍ସବ ଦେଖି କାଶୀପୁର ବ୍ଲକ୍ ଡେଙ୍ଗାଗୁଡା ଫେରୁଥିବା ବେଳେ ଫେରୁଥିବାବେଳେ ଘଟିଛି ଦୁର୍ଘଟଣା । କାଶୀପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ ତୟାପୁଟ୍ ଚେକ୍ ଗେଟ୍ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । ଦୁର୍ଘଟଣା ଫଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି । ୨ଗୁରୁତରଙ୍କୁ ରାୟଗଡା ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ୪ ମୃତକ ହେଲେ ଡେଙ୍ଗାଗୁଡା ଗାଁର ନବୀନ ମାଝୀ, ରବି ମୁଦୁଲି, ପପୁ ମାଝି ଓ ଡ୍ରାଇଭର ସହଦେବ ମାଝି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.