ଗଜପତିରେ ଡେଙ୍ଗୁ ଆତଙ୍କ ; ୪ ଜଣଙ୍କର ମୃତ୍ୟୁ ଅଭିଯୋଗ

Published By : Prameya-News7 Bureau | August 14, 2018 IST

ଗଜପତି ୧୪/୮ : ଗଜପତି ଜିଲ୍ଲାରେ ଡେଙ୍ଗୁ ଆତଙ୍କ । ସିଙ୍ଗିପୁର ଅଂଚଳରେ ଶତାଧିକ ଲୋକେ ଜ୍ବରରେ ପିଡୀତ ହୋଇଥିବାରୁ ଭୟ ବଢିଛି । ଗାଁରେ ଏଯାଏଁ ଡେଙ୍ଗୁରେ ୪ଜଣଙ୍କର ମୃତ୍ୟୁ ହେ।ଇଥିବା ଅଭିଯେ।ଗ ହୋଇଛି । ଅବସ୍ଥା ସଙ୍ଗୀନ ହୋଇଥିଲେ ବି ଏଯାଏଁ ସ୍ବାସ୍ଥ୍ୟ ବିଭାଗ କିମ୍ବା ପ୍ରାଶାସନିକ ଅଧିକାରୀ ମାନଙ୍କର ଦେଖାନାହିଁ । ଗାଁର ୧୦ଜଣ ବିଶାଖାପାଟଣାରେ ଏବଂ ପ୍ରାୟ ୧୨ଜଣ ଶ୍ରୀକାକୁଲମରେ ଚିକିତ୍ସିତ ହେଉଛନ୍ତି । ସେହିଭଳି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଏମାନଙ୍କ ରକ୍ତ ପରୀକ୍ଷା ପରେ ଡ଼େଙ୍ଗୁ ନଥିବା ସ୍ପଷ୍ଟ ହେ।ଇଛି । ସେପଟେ ସିଡିଏମଓ ଡେଙ୍ଗୁ ଜନିତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ୪ ଜଣଙ୍କ ମୃତ୍ୟୁ ଡେଙ୍ଗୁଜନିତ ନୁହେଁ ।ତେବେ ସିଙ୍ଗୁପୁର ଅଂଚଳରେ କିଛି ବ୍ୟକ୍ତି ଜ୍ବରରେ ପୀଡିତ ଅଛନ୍ତି । ସେମାନଙ୍କୁ ଚିକିତ୍ସା କରିବା ପାଇଁ ଏକ ଡାକ୍ତରୀ ଦଳ ଗାଁରେ ରହିଛି । ଏହାସହ ବିଭିନ୍ନ ପ୍ରତିକାର ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.