ମୃତ୍ୟୁର ଦୂତ ସାଜିଲା ପରିତ୍ୟକ୍ତ କାନ୍ଥ ; ପେଟ ପାଟଣା ପାଇଁ ହାଟକୁ ଆସିଥିବାବେଳେ କାନ୍ଥ ପଡି ଗଲା ୪ ଜୀବନ, ୫ ଜଣ ମେଡିକାଲରେ ଚିକିତ୍ସିତ

Published By : Prameya-News7 Bureau | June 09, 2019 IST

ଢେଙ୍କାନାଳ (ପ୍ରତାପ ବରାଳ) ୯|୬: ପେଟ ପାଟଣା ପାଇଁ ଆସିଥିଲେ ହାଟକୁ । ହେଲେ ହାଟରେ ଯେମିତି ମୃତ୍ୟୁ ଏମାନଙ୍କୁ ଅପେକ୍ଷା କରି ରହିଥିଲା । ମୃତ୍ୟୁର ଦୂତ ସାଜିଥିଲା ଏକ ପରିତ୍ୟକ୍ତ କାନ୍ଥ । ଢେଙ୍କାନାଳ କାଲଟାକ୍ସସ୍ଥିତ ଅଲସୁଆ ହାଟରେ କାନ୍ଥ ପଡ଼ି ଯାଇଛି ୪ ଜୀବନ । ୫ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କୁ କଟକ ଏସସିବି ପଠାଯାଇଛି । ଜିଲ୍ଲା ପ୍ରଶାସନ ମୃତକଙ୍କ ପରିବାରଙ୍କୁ  ୨୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।  ଗୁରୁତରଙ୍କ ମାଗଣା ଚିକିତ୍ସାସେବା ପାଇଁ ଘୋଷଣା କରାଯାଇଛି ।  ସେପଟେ ଅଘଟଣର ତଦନ୍ତ ଆରମ୍ଭ କରିଛି ପ୍ରଶାସନ ।

{"id":121386}

ସକାଳୁ ସକାଳୁ ଅଘଟଣ  । ପେଟ ପାଟଣା ପାଇଁ ଆସିଥିଲେ ହାଟକୁ । ହେଲେ ଶବ ହେଇ ଫେରିଲେ ଘରକୁ । ଢେଙ୍କାନାଳ ସହର କାଲଟାକ୍ସସ୍ଥିତ ଅଳସୁଆ ହାଟରେ ଅଘଟଣ । କାନ୍ଥ ପଡ଼ି ଯାଇଛି ୪ ଜୀବନ । ବ୍ୟବସାୟୀମାନେ ଖରାରୁ ବର୍ତ୍ତିବା ପାଇଁ  ହାଟ ନିକଟରେ ବନ୍ଦ ହୋଇ ପଡ଼ିଥିବା ରାଇସ ମିଲ୍‌ର ପରିତ୍ୟକ୍ତ କାନ୍ଥ  ନିକଟରେ ବସିଥିଲେ । ଟିକିଏ ଛାଇ ଆଶାରେ ଆସିଥିବା ବ୍ୟବସାୟୀଙ୍କୁ ଅଚାନକ ମାଡ଼ିବସିଥିଲା ପରିତ୍ୟକ୍ତ କାନ୍ଥ । ଘଟଣାରେ ୫ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।

{"id":121387}

ଓଡ୍ରାଫ ଓ ଢେଙ୍କାନାଳ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଘଟଣାସ୍ଥଳ ଏବଂ ଡାକ୍ତରଖାନାରେ ଜିଲ୍ଲାପାଳ, ଏସପି ପହଞ୍ଚିଥିଲେ । ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଏହାସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇଦିଆଯିବ ବୋଲି ଘୋଷଣା କରାଯାଇଛି । ଅଘଟଣ ପାଇଁ ପୌର ସଂସ୍ଥାକୁ ଦାୟୀ କରିଛନ୍ତି ବ୍ୟବସାୟୀ । ବେପାରୀଙ୍କୁ ଅତ୍ୟାବଶ୍ୟକ ସେଡ୍ ଯଦି ଯୋଗାଇଦିଆଯାଇଥାଆନ୍ତି ତାହାଲେ ଏପରି ଅଘଟଣକୁ ରୋକାଯାଇପାରିଥାଆନ୍ତା ।

{"id":121388}

ଅଘଟଣ ପରେ ପୌରସଂସ୍ଥାର ଚେତା ପଶିଛି । ବ୍ୟବସାୟୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ହାଟରେ ରହିଥିବା ଅନ୍ୟ ପରିତ୍ୟକ୍ତ ଓ ବିପଦପୂର୍ଣ୍ଣ କାନ୍ଥ ଗୁଡିକ ଭାଙ୍ଗିବା ଅଭିଯାନ ଆରମ୍ଭ ହୋଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.