ବଲାଙ୍ଗୀରରେ ବଢୁଛି କରୋନା ସଂକ୍ରମଣ, ପୁଣି ୪ ଦିନ ଜିଲ୍ଲା ସଟ୍ ଡାଉନ୍

Published By : Prameya-News7 Bureau | August 06, 2020 IST

ବଲାଙ୍ଗିର ୬।୮: ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ । ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି । ତେବେ ବଲାଙ୍ଗିର ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣ ଲାଗି ଜିଲ୍ଲା ପ୍ରଶାସନ ପୁଣି ଥରେ କଡା ପଦକ୍ଷେପ ନେଇଛି । ଜିଲ୍ଲାକୁ ୪ ଦିନିଆ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୮ ତାରିଖରୁ ୧୧ ପର୍ଯ୍ୟନ୍ତ ଜିଲ୍ଲାକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି ।

ଏହି ସଟ୍ ଡାଉନ୍ ବେଳେ ଜିଲ୍ଲାର ସବୁ ମେଡିକାଲ୍, ନର୍ସିଂହୋମ୍, ମେଡିସିନ ଷ୍ଟୋର, ମ୍ୟୁନିସିପାଲିଟି, ପୋଲିସ, ଫାୟର, ସେଣ୍ଟ୍ରାଲ ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ । ପେଟ୍ରୋଲ ପମ୍ପ୍, ଜାତୀୟ ରାଜପଥରେ ହୋଟେଲ ଖୋଲା ରହିବ ।

ବିବାହ, ସୁଦ୍ଧିକ୍ରିୟାରେ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେଇ ସମାପନ କରିହେବ । କୃଷି ସମ୍ବନ୍ଧୀୟ ସବୁ କାର୍ଯ୍ୟ ଚାଲୁ ରହିବ । ଆତ୍ୟାବଶକୀୟ ସାମଗ୍ରୀ ପରିବହନ ଜାରି ରହିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ସଟଡାଉନ ଗାଇଡଲାଇନ୍ ଖିଲାପ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୮୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.