ଡକାୟତି ଉଦ୍ୟମ ଯୋଜନା ବେଳେ ୪ ଡକାୟତ ଗିରଫ

Published By : Prameya-News7 Bureau | October 03, 2019 IST

ଯାଜପୁର ୩।୧୦: ଯାଜପୁର ରୋଡ୍ ପୋଲିସକୁ ମିଳିଛି ବଡ ସଫଳତା । ଗତକାଲି ବିଳମ୍ବିତ ରାତିରେ ବ୍ୟାସନଗର କଲେଜ ପଛପଟ ପଡିଆରୁ ୪ ଡକାୟତକୁ ଗିରଫ କରିଛି ଯାଜପୁର ରୋଡ୍ ପୋଲିସ । ସେମାନେ ସ୍ଥାନୀୟ ଯାଜପୁର ରୋଡ୍ ଅଂଚଳର ଏକ ସୁନା ଦୋକାନ ଲୁଟ୍ କରୁଥିବାର ଯୋଜନା କରୁଥିବାବେଳେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଏହି ଚଢାଉ ସମୟରେ ଏମାନଙ୍କର ୨ ସହଯୋଗୀ ଖସି ଯାଇଥିଲାବେଳେ ସେମାନଙ୍କଠୁ ୨ଟି ହାତ ବୋମା, ଗୋଟିଏ ଖଣ୍ଡା, ଏକ ଖେଳନା ବନ୍ଧୁକ ସହ ୧୩ ଗୋଟି ମୋବାଇଲ ସହ ସେମାନେ ଡକାୟତିରେ ବ୍ୟବହାର କରୁଥିବା ଦୁଇଟି ବାଇକ୍ ଜବତ କରିଛି ।

{"id":165724}

କିଛିଦିନ ପୂର୍ବରୁ ଧବଳଗିରି ଓ କୁସୁନୁପୁର ଅଂଚଳରୁ ରାସ୍ତା ଉପରୁ ଦୁଇଟି ସୁନା ଚେନ୍ ଚୋରି କରିଥିବା ମାନିଥିବା ବେଳେ ତାଙ୍କ ପାଖରୁ ପୋଲିସ ଏହାକୁ ଜବତ କରିଛି ବୋଲି ଯାଜପୁର ଆରକ୍ଷୀ ଅଧୀକ୍ଷକ ପ୍ରେସ୍ ବିବୃତିରେ ଜଣାଇଛନ୍ତି । ୧୦ ଦିନ ଧରି ପୋଲିସ ଏହି ଚେନ୍ ଲୁଟେରାଙ୍କୁ ଧରିବାର ଯୋଜନା କରିଥିଲା ଏବଂ ସଫଳତା ମିଳିଛି ଯାଜପୁର ରୋଡ ପୋଲିସକୁ । ଏହି ଡକାୟତ ମାନେ ମୁଖ୍ୟତଃ କଳିଙ୍ଗନଗର, ଯାଜପୁର ରୋଡ୍ ଓ କେନ୍ଦୁଝର ଜିଲ୍ଲାରେ ନିଜର ଅପରେସନ କରିଥାନ୍ତି ବୋଲି ସୂଚନା ଦେଇଛନ୍ତି ଏସପି ।

{"id":165725}

ସେମାନଙ୍କ ନାମରେ ଘଷିପୁରା ଥାନାରେ ମଧ୍ୟ କିଛି ମାମଲା ଥିବାର ସୂଚନା ମିଳିଛି ବୋଲି ପ୍ରେସ ବିବୃତିରେ ପୋଲିସ କହିଛି । ଏହି ଡକାୟତ ଚାରି ଜଣ ହେଉଛନ୍ତି ବାଉନ ସେଠୀ, ଦାନଗଦୀ, ନିଲୁ ଓରଫ ମିଲୁ ପାତ୍ର, ଆକାଶ ପାତ୍ର, ମାନ ଗୋବିନ୍ଦପୁର, ଗାଣ୍ଡୁଆ ଓରଫ ସନ୍ତୋଷ ସେଠୀ, ଜଖପୁରା ଗିରଫ ହୋଇଥିଲା ବେଳେ ଏମାନଙ୍କ ମଧ୍ୟରୁ ବାଉନ ଓରଫ ପପୁ ସେଠୀ ଏବଂ ମିଲୁ ପାତ୍ର କଳିଙ୍ଗନଗର ଓ ଘଷିପୁରା ଥାନାରେ ସେମାନଙ୍କ ନାମରେ ଡକାୟତି କେସ୍ ଅଛି ବୋଲି ସୂଚନା ଦେଇଛନ୍ତି ଏସପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.