ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | October 29, 2020 IST

ଜଟଣୀ ୨୯।୧୦: ଡକାୟତି ଯୋଜନା ବେଳେ ମାଡି ବସିଲା ଜଟଣୀ ପୋଲିସ । ଜଟଣୀ ଥାନା ଅନ୍ତର୍ଗତ ବାଛରା ପତ୍ରପଡା ଅଞ୍ଚଳରେ ୪ ଜଣ ଯୁବକଙ୍କୁ ଡକାୟତି ଉଦ୍ୟମ କରୁଥିବା ବେଳେ ଜଟଣୀ ପୋଲିସ ସେମାନଙ୍କୁ ଗିରଫ କରିଛି । ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ଗିରଫ କରିଥିବା ନେଇ ବୁଧବାର ଦିନ ସୂଚନା ମିଳିଥିଲା ।

{"id":352554,"sizeSlug":"large"}

ଗିରଫ ଡକାୟତମାନେ ହେଲେ ପଦନପୁରର ରଘୁନାଥ ଦାସ, ଖୁଦୁପୁରର ଜିତେନ୍ଦ୍ର ରାଉତରାୟ ଓ ଚିନ୍ମୟ ସାମନ୍ତରାୟ ଏବଂ ବଡ଼ତୋଟାର ଶମ୍ଭୁନାଥ ନାୟକ । ସେମାନଙ୍କଠାରୁ ପୋଲିସ କଟୁରୀ, ଛୁରୀ, ଲୁହା ରଡ୍ ଏବଂ ଦୁଇଟି ମୋଟର ସାଇକେଲକୁ ଜବତ କରିଛି । ଜଟଣୀ ପୋଲିସ ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.