Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଲକଡାଉନ୍‌ରେ ବଦାନ୍ୟଙ୍କ ମହାନତା : ରାମ ମନ୍ଦିର ପାଇଁ ଆକାଉଣ୍ଟରେ ଜମା କଲେ ୪କୋଟି ୬୦ଲକ୍ଷ ଟଙ୍କା

25/05/2020 at 7:48 PM

ଅଯୋଧ୍ୟା ୨୫/୫: ଲକଡାଉନ୍ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ୪କୋଟି ୬୦ଲକ୍ଷ ଟଙ୍କା ଦାନ ଆକାରରେ ଆସିଛି। ଏହି ଟଙ୍କାକୁ ଭିନ୍ନ ଭିନ୍ନ ଦାତାମାନେ ରାମ ମନ୍ଦିର ନିର୍ମାଣ ପାଇଁ ଖୋଲା ଯାଇଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ ଖାତାରେ ଜମା କରାଯାଇଛି। ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁସାରେ ଟଙ୍କା ଅଭାବରେ ରାମ ମନ୍ଦିର ନିର୍ମାଣରେ କୌଣସି ବାଧା ଉତ୍ପନ୍ନ ନ ହେଉ ଏବଂ ଭବ୍ୟ ,ଦିବ୍ୟ ନଭଶ୍ଚୁମ୍ବୀ ରାମ ମନ୍ଦିର ନିର୍ମାଣ ହେଉ ଏହା ଭକ୍ତଙ୍କ କାମନା ଏବଂ ଏଥିପାଇଁ ସେମାନେ ଦାନ କରୁଛନ୍ତି। ରାମ ମନ୍ଦିର ନିର୍ମାଣ ପାଇଁ ଲଗାତାର ଭକ୍ତ ଦାନ ଦେଉଛନ୍ତି ଏବଂ ଏଥିପାଇଁ ସେ ସମସ୍ତ ଦାନଦାତାଙ୍କୁ ଧନ୍ୟବାଦ ଦେଉଛନ୍ତି।

ମୁଖ୍ୟ ପୂଜାରୀ ସତ୍ୟେନ୍ଦ୍ର ଦାସଙ୍କ କହିବା ଅନୁସା​‌ରେ ଭଗବାନ ରାମ ବହୁତ ତପସ୍ୟା କରିଥିଲେ। ୧୪ବର୍ଷ ଯାଏଁ ବନରେ ରହିଥିଲେ। ତାଙ୍କୁ ରାଜସତ୍ତା ମିଳିବା ବଦଳରେ ଆଶ୍ରମରେ ରହିବାକୁ ପଡ଼ିଥିଲା। ଭଗବାନ ରାମ ୨୭ବର୍ଷ ଯାଏଁ ତିରପାଳରେ ରହିଥିଲେ ଏବଂ ଆଜି ବି ତିରପାଳରୁ ଉଠି କାଠର ଅସ୍ଥାୟୀ ମନ୍ଦିରରେ ବିରାଜମାନ ଅଛନ୍ତି। ଏହା ପୂର୍ବରୁ ବହୁତ ବ୍ୟବସ୍ଥିତ ହୋଇଯାଇଛି। କିନ୍ତୁ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ହେଉ ଏହା ସମସ୍ତ ସନ୍ଥଙ୍କ ଦାବି ରହିଛି।

ସତ୍ୟେନ୍ଦ୍ର ଦାସ୍ କହିଛନ୍ତି ଯେ ସରକାର ମଧ୍ୟ କହି ସାରିଛନ୍ତି ଯେ ନଭଶ୍ଚୁମ୍ବୀ ମନ୍ଦିର ହେଉ ଏବଂ ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି। ଏଥିପାଇଁ ଭଗବାନ ରାମଙ୍କ ଆକାଉଣ୍ଟକୁ ୪କୋଟି ୬୦ଲକ୍ଷ ଟଙ୍କା ଦାନ ଆକାରରେ ଆସିଛି।

   Related Posts