ଭାରସାମ୍ୟ ହରାଇ ଓଲଟିଲା ଅଟୋ : ୬ ଶ୍ରମିକ ଆହତ, ୪ ଗୁରୁତର
4/12/2019 at 2:03 PM

ପାଟଣା ୪।୧୨: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ବାଉଁଶୁଳି ପାଟଣା ରାସ୍ତାର ଜଡିଚାତର ନିକଟରେ ଭାରସାମ୍ୟ ହରାଇ ଏକ ଅଟୋ ରାସ୍ତା କଡ଼କୁ ଓଲଟି ପଡିଛି । ଫଳରେ ଅଟୋରେ ଥିବା ୧୦ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ଓ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। କେନ୍ଦୁଝର ଜିଲ୍ଲା ଡୁମୁରିଆ ଗ୍ରାମରୁ ପଦ୍ମ କେଶରପୁର ଗ୍ରାମକୁ ଧାନ କାଟିବାକୁ ଅଟୋ ସାହାଯ୍ୟରେ ଶ୍ରମିକମାନେ ଯାଉଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021