Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବ୍ରଜରାଜନଗରରେ ପୋଲିସର ଏନ୍‌କାଉଣ୍ଟର : ପୋଲିସ ଗୁଳିରେ ୪ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

6/11/2019 at 8:38 AM

ଝାରସୁଗୁଡା ୬।୧୧: ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାରେ ଝାରସୁଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା | ପୋଲିସ ଏନକାଉଣ୍ଟରରେ ୪ ଅପରାଧୀ ଗୁରୁତର ହୋଇଛନ୍ତି | ଗୁଳିକାଣ୍ଡ ପରେ ପୋଲିସ ବ୍ରଜରାଜନଗରକୁ ଚାରିଆଡୁ ସିଲ୍ କରିଦେଇଥିବା ବେଳେ ଅଭିଯୁକ୍ତମାନେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମଧୁପୁର ଜଙ୍ଗଲ ନିକଟରେ ପୋଲିସ ସହିତ ମୁଁହାମୁହିଁ ହୋଇଥିଲେ ।

ପୋଲିସ ଉପରକୁ ଅଭିଯୁକ୍ତମାନେ ଗୁଳି ଚଳାଇଥିଲେ । ଗୁଳି ବିନିମୟରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ଅନ୍ୟପଟେ ପୋଲିସର ପାଲଟା ଗୁଳି ମାଡରେ ଅଭିଯୁକ୍ତମାନେ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଅଭିଯୁକ୍ତକୁ ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଘଟଣାରେ ଚାରି ଜଣ ସାମିଲ ଥିବା ବେଳେ ସମସ୍ତଙ୍କୁ ପୋଲିସ ଗିରଫ କରିଛି । ଚାରି ଅଭିଯୁକ୍ତ ହେଲେ ଅନନ୍ତ ଧଳ, ଶୈଳେନ୍ଦ୍ର ପତ୍ର, ନିକି ସିଂ, ରଫିକ ଅନସାରୀ । ଗତକାଲି ରାତିରେ ଖସି ପଳାଉଥିବାବେଳେ ରାଜପୁର ନିକଟସ୍ଥ ମଧୁପୁର ଜଙ୍ଗଲ ପୋଲିସ ସହ ମୁଁହାମୁହିଁ ହୋଇଥିଲେ ।

ଏଥିରେ ଗାନ୍ଧୀ ଛକ ଫାଣ୍ଡି ଅଧିକାରୀ ଚୁଡାମଣି ମହାନନ୍ଦ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅପରାଧୀଙ୍କ ବାଇକ୍ ଓ ବନ୍ଧୁକ ପଡି ରହିଛି | ସମସ୍ତ ଅଭିଯୁକ୍ତଙ୍କୁ କଡା ସୁରକ୍ଷା ବଳୟରେ ବର୍ତ୍ତମାନ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।

   Related Posts