Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

କରୋନା ନେଲା ୪ ଯୋଦ୍ଧାଙ୍କ ଜୀବନ, ଟ୍ୱିଟ୍‌ କରି ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ

6/07/2020 at 2:02 PM

ବ୍ରହ୍ମପୁର ୦୬।୦୭: ଗଞ୍ଜାମ ଜିଲ୍ଲାରେ ୪ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଶିକ୍ଷକ, ଜଣେ ଅଙ୍ଗନବାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ ଅଛନ୍ତି। ମୃତକ ୨ ଶିକ୍ଷକଙ୍କ ମଧ୍ୟରେ ଜଣେ ହେଲେ କବିସୂର୍ଯ୍ୟନଗର ବ୍ଲକର ଏସ୍ ପଙ୍କଲବାଡ଼ି ପ୍ରାଥମିକ ବିଦ୍ୟାଳୟର ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକ ସୀମାଞ୍ଚଳ ଶତପଥୀ ଓ ଅନ୍ୟଜଣକ ହେଲେ ଆସିକା ବ୍ଲକର ରାଇସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଢୀ।

ଅପରପକ୍ଷରେ ଅଙ୍ଗନବାଡ଼ି କର୍ମୀ ଜଣକ ହେଲେ ବୁଗୁଡ଼ା ବ୍ଲକର ଖୋଳାଖାଳି ଗାଁର ଭାରତୀ ସ୍ବାଇଁ। ଜଣେ କନିଷ୍ଠ ଯନ୍ତ୍ରୀଜଣକ ହେଲେ ପି ସୁରେଶ କୁମାର, ଯିଏ କି ଧରାକୋଟ ବ୍ଲକରେ କାର୍ଯ୍ୟ କରୁଥିଲେ। ଏମାନେ ସମସ୍ତେ କରୋନା ଯୁଦ୍ଧରେ ନିୟୋଜିତ ଥିଲେ । ଗଞ୍ଜାମ ଜିଲ୍ଲାର ଏହି ୪ କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଭୀର ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହିତ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପୁଥିବା ବେଳେ ଏହାକୁ ରୋକିବାକୁ ସାମାଜିକ ଦୂରତ୍ବ ମାନିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

   Related Posts