ରାୟଗଡାରେ ସ୍ବାବ୍ ସଂଗ୍ରହ କରୁଥିବା କର୍ମଚାରୀ କରୋନା ପଜିଟିଭ୍, CDMOଙ୍କ ସମେତ ଅଫିସ୍ ଷ୍ଟାଫ୍ କ୍ବାରେଣ୍ଟାଇନ୍‌ରେ

Published By : Prameya-News7 Bureau | June 10, 2020 IST

ରାୟଗଡା ୧୦।୬: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବୁଧବାର ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାୟଗଡା ଜିଲ୍ଲାରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ରାୟଗଡାକୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ  ଏବଂ ୨ ଜଣ ମହିଳା ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ  ହେଉଛନ୍ତି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ । ଅନ୍ୟ ୩ ଜଣ ପ୍ରଥମ ଆକ୍ରାନ୍ତ ଯୁବତୀଙ୍କ ସହ ମିଶି ଦିଲ୍ଲୀରୁ ଗୋଟିଏ ଗାଡିରେ ଫେରିଥିଲେ ।

{"id":283995,"sizeSlug":"large"}

ତେବେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କୁ ନେଇ ଚିନ୍ତା ବଢ଼ିଛି । ସେ ସ୍ବାବ୍ ସଂଗ୍ରହ ଦାୟିତ୍ବରେ ଥିବାବେଳେ ତାଙ୍କର ପଜିଟିଭ୍ ବାହାରିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଫଳରେ ସିଡିଓମଓ ଏବଂ ଅଫିସ୍ ଷ୍ଟାଫ୍ ଙ୍କୁ କ୍ବାରେଣ୍ଟାଇନ୍ ରେ ପଠାଯାଇଛି ।

{"id":283996,"sizeSlug":"large"}

ଚିହ୍ନଟ ସଂକ୍ରମିତଙ୍କ ସେମାନଙ୍କ ମଧ୍ୟରୁ ୨ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବାବେଳେ ଅନ୍ୟ ଜଣେ ହୋମ୍ କ୍ବାରାଣ୍ଟାଇନ୍ ରେ ଥିଲେ । ସମସ୍ତଙ୍କ ଘର କାଶୀପୁର ବ୍ଲକରେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ୪ ପଜିଟିଭି ବାହାରିଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ସଂକ୍ରମିତ ୪ ଜଣଙ୍କୁ ଗଜପତି ସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.