ସବୁ ପାପର ଶେଷ, ଫାଶୀରେ ଝୁଲିଲେ ନିର୍ଭୟା ଦୋଷୀ

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦।୦୩: ଶାନ୍ତି ପାଇଛି ନିର୍ଭୟାର ଆତ୍ମା। ସରିଛି ଆଶାଦେବୀଙ୍କ ୮ବର୍ଷର ସଂଗ୍ରାମ। ଶେଷରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି ବିନୟ, ମୁକେଶ, ଅକ୍ଷୟ ଓ ପଓ୍ୱନ। ଆଜି ଏହି ୪ ଦୋଷୀଙ୍କୁ ସକାଳ ୫ଟା ୩୦ରେ ତିହାର ଜେଲରେ ଫାଶୀ ଦିଆଯାଇଛି। ଏହାସହ ଦୀର୍ଘଦିନ ଧରି ଆଇନକୁ ହାତ କରି ବର୍ତ୍ତି ଯାଉଥିବା ଲୋମହର୍ଷଣକାରୀ ଘଟଣାର ଯୌନପିଶାଚଙ୍କୁ ଦଣ୍ଡ ମିଳିଛି। କେବଳ ନିର୍ଭୟା ଓ ତାଙ୍କ ପରିବାର ନୁହେଁ, ସାରା ଦେଶର ଏହାକୁ ନେଇ ରହିଥିବା ଆକାଂକ୍ଷା ପୂରଣ ହୋଇଛି। ଏହାସହ ସାମାନ୍ୟ ବିଳମ୍ବ ହେଲେ ବି ଆଇନ ଉପରେ ସାଧାରଣ ଜନତାଙ୍କ ବିଶ୍ୱାସ ଅତୁଟ ରହିଛି । ଦୀର୍ଘ ଦିନ ଧରି ଚାଲିଥିବା ଆଇନ ସହିତ ଲୁଚକାଳି ଖେଳ ଶେଷ ହୋଇଛି।

wp:core-embed/twitter {"url":"https://twitter.com/ANI/status/1240791520044707840?s=19","type":"rich","providerNameSlug":"twitter","className":""}
https://twitter.com/ANI/status/1240791520044707840?s=19
/wp:core-embed/twitter

ସୂଚନାଯୋଗ୍ୟ ଯେ, ୨୦୧୨ ମସିହା ଡିସେମ୍ବର ମାସ ୧୬ତାରିଖ ରାତିରେ ପାରାମେଡିକାଲ ଛାତ୍ରୀଙ୍କୁ ଚଳନ୍ତା ବସରେ ଦୁଷ୍କର୍ମ କରିଥିଲେ ୬ ଜଣ ନରରାକ୍ଷସ । ଦୁଷ୍କର୍ମ କରିବା ପରେ ଜଘନ୍ୟ ଶାରୀରିକ ନିର୍ଯାତନା ଦେଇଥିଲେ । ଜୀବନ ରକ୍ଷା ପାଇଁ ଚଳନ୍ତା ବସରେ ଯୁବତୀ ଜଣଙ୍କ ଚିତ୍କାର କରିଥିଲେ ବି ସେମାନଙ୍କ କବଳରୁ ଖସିପାରିନଥିଲେ । କାହା କାନରେ ପଡିନଥିଲା ନିର୍ଭୟାଙ୍କ ବୁକୁଫଟା ଚିତ୍କାର । କିଛି ଘଣ୍ଟା ମଧ୍ୟରେ ନିର୍ଭୟାଙ୍କ ସ୍ବରକୁ ସବୁ ଦିନ ପାଇଁ ଚାପି ଦେଇଥିଲେ ନର ପିଶାଚ । ଘଟଣାର ୧୩ ଦିନ ପରେ ସିଙ୍ଗାପୁରରେ ଆଖି ବୁଜିଥିଲେ ପୀଡିତା ।

wp:core-embed/twitter {"url":"https://twitter.com/ANI/status/1240792351468957698?s=19","type":"rich","providerNameSlug":"twitter","className":""}
https://twitter.com/ANI/status/1240792351468957698?s=19
/wp:core-embed/twitter

ଏପରି ଘଟଣାକୁ ନେଇ ସାରା ଦେଶରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଦେଶରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ସଡକଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ସବୁଠି ନିର୍ଭୟାଙ୍କୁ ନ୍ୟାୟ ଦାବି ଜୋର ଧରିଥିଲା । ଏସବୁ ଭିତରେ ନିର୍ଭୟା ଗଣଦୁଷ୍କର୍ମର ୬ ଦୁଷ୍କର୍ମକାରୀଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଅଭିଯୁକ୍ତ ରାମ ସିଂହ, ମୁକେଶ ସିଂହ, ପବନ ଗୁପ୍ତା, ଅକ୍ଷୟ ଠାକୁର, ବିନୟ ଶର୍ମା ଏବଂ ଜୁବେନାଇଲ୍ ମହମ୍ମଦ ଆଫ୍ରୋଜକୁ ଗିରଫ କଲା ପୋଲିସ । ସମସ୍ତ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡ ଦେବାକୁ ସାରା ଦେଶରେ ନାରା ଦିଆ ଯାଇଥିଲା ।

ତେବେ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଜେଲରେ ଆତ୍ମହତ୍ୟା କରିଥିଲା ବସର ଡ୍ରାଇଭର । ୨୦୧୩ ମାର୍ଚ୍ଚରେ ତିହାର ଜେଲରେ ବେକରେ ଫାଶୀ ଲଗାଇ ଝୁଲି ପଡିଥିଲେ ରାମ ସିଂ । ସେହିପରି ଅନ୍ୟ ଜଣେ ନାବାଳକ ଅଭିଯୁକ୍ତକୁ ସୁଧାରଗୃହରେ ୩ବର୍ଷ ରଖିବା ପରେ ଛାଡି ଦିଆଯାଇଥିଲା । ଏହାପରେ ୪ ଅଭିଯୁକ୍ତଙ୍କୁ ଦିଲ୍ଲୀ ହାଇକୋର୍ଟ ଫାଶୀ ଦଣ୍ଡାଦେଶ କରିଥିବାବେଳେ ଏହାକୁ ସେମାନେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହେଲେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଆଉ ଶେଷରେ ମେ ୫, ୨୦୧୭ରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ ।

ତେବେ ଏହା ଭିତରେ ଅଢେଇ ବର୍ଷ ବିତି ଯାଇଥିଲେ ମଧ୍ୟ ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିନଥିଲା । ଆଇନର ଆଳ ଦେଖାଇ ପ୍ରତିଥର ଫାଶୀର ଫନ୍ଦାରୁ ଦୂରେଇ ରହିଯାଉଥିଲେ। ଶେଷର ଏତେ ଦିନ ଧରି ଚାଲିଥିବା ଆଇନର ଲୁଚକାଳି ଖେଳ ଶେଷ ହୋଇଯାଇଛି। ଏବଂ ନିର୍ଭୟାର ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.