ପାଟକୁରା ନିର୍ବାଚନ ପାଇଁ ନିୟୋଜିତ ହେବେ ୪ କମ୍ପାନୀ ସିଏପିଏଫ୍

Published By : Prameya-News7 Bureau | July 18, 2019 IST

କଟକ ୧୮|୭:  ଆସନ୍ତା ୨୦ରେ ହେବ ପାଟକୁରା ନିର୍ବଚନ ମଣ୍ଡଳୀର ନିର୍ବାଚନ ସେଥିପାଇଁ ପୋଲିସ ପକ୍ଷରୁ କଡା ସୁରୁକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପ୍ରଚାର ଶେଷ ହେଉଥିବା ବେଳେ ବର୍ତ୍ତମାନ ଯାଏଁ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି କହିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା । ନିର୍ବାଚନକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ୪ କମ୍ପାନୀ ସିଏପିଏଫକୁ ମୁତୟନ କରାଯାଇଛି । ତା ସହ ମୋବାଇଲ ପାଟ୍ରୋଲିଂ କୁ କଡା କଡି କରାଯାଇଛି । ସମ୍ବେଦନଶୀଳ ଅତି ସମ୍ବେଦନଶୀଳ ବୁଥ୍ ଉପରେ ପୋଲିସ କଡା ନଜର ରଖିଥିବା କହିଛନ୍ତି ପୋଲିସ ଡିଜି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.