Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

ବୃଦ୍ଧି ପାଇବାରେ ଲାଗିଛି ସମୁଦ୍ରର ଜଳପତ୍ତନ : ବିଶ୍ବର ୪୫ଟି ସହର ଜଳମଗ୍ନ ହେବା ଆଶଂକା, ଭାରତର ଏହି ୪ଟି ସହର ମଧ୍ୟ ରହିଛି ତାଲିକାରେ

26/09/2019 at 3:52 PM

ନୂଆଦିଲ୍ଲୀ ୨୬|୯: ବିଶ୍ବକୁ ଘାରିଲାଣି ଜଳବାୟୁ ପରିବର୍ତ୍ତନ ଚିନ୍ତା। ବିଶ୍ବତାପାୟନ କାରଣରୁ ଜଳବାୟୁ ପରିବର୍ତ୍ତନ କ୍ରମଶଃ ଭୟାଭୟ ରୂପ ନେବାକୁ ବସିଲାଣି। ସମୁଦ୍ରରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ରର ଜଳପତ୍ତନ ବୃଦ୍ଧି କାରଣରୁ ବିଶ୍ବରେ ୪୫ଟି ପ୍ରମୁଖ ଉପକୂଳବର୍ତ୍ତୀ ବନ୍ଦର ସହର ପ୍ରତି ଦେଖାଦେଇଛି ବିପଦ। ଏଥିରେ ଭାରତର ୪ଟି ପ୍ରମୁଖ ସହର ସ୍ଥାନ ପାଇଛି।

ଏହି ସହରଗୁଡିକ ହେଉଛି କୋଲକାତା, ମୁମ୍ବାଇ, ସୁରଟ ଓ ଚେନ୍ନାଇ। ସମୁଦ୍ରର ଜଳପତ୍ତନରେ ୫୦ ସେଣ୍ଟିମିଟର ବୃଦ୍ଧି  ପାଇଲେ ଏହି ସହରଗୁଡିକରେ ବନ୍ୟା ଆଶଙ୍କା ରହିଛି ବୋଲି ଇଣ୍ଟରଗଭର୍ଣ୍ଣମେଣ୍ଟ ପାନେଲ ଅନ କ୍ଲାଇମେଟ ଚେଞ୍ଜ  ଆଇ.ପି.ସି.ସି ସତର୍କ କରାଇଛି।

ଜଳବାୟୁ ପରିବର୍ତ୍ତନ ନେଇ ଜାତିସଂଘ ପରିଷଦ ଉଦବେଗ ପ୍ରକାଶ କରିଛି। ଏପଟେ ହିମାଳୟରେ ହିମଖଣ୍ଡ ଖୁବ ଦ୍ରୁତଗତିରେ ତରଳୁଥିବାରୁ ଉତ୍ତରଭାରତର ଭବିଷ୍ୟତରେ ଉତ୍କଟ ଜଳାଭାବ ସମସ୍ୟା ନେଇ ଆଶଙ୍କା ଦେଖାଦେଇଛି। ବିଶ୍ବତାପାୟନକୁ ହ୍ରାସ କରିବାକୁ ତୁରନ୍ତ ଠୋସ ପଦକ୍ଷେପ ନେବାକୁ ଆଇପିସିସି ଆହ୍ବାନ ଦେଇଛି।

ଦ୍ରୁତ ଗତିରେ ସମୁଦ୍ରରେ ଉଷ୍ଣ ହେବା ଏବଂ ଏଥିପାଇଁ ସମୁଦ୍ରରେ ଜଳପତ୍ତନ ବୃଦ୍ଧି  ପାଇବା ବର୍ତ୍ତମାନ ସମୟର ସବୁଠୁ ବଡ ଆହ୍ବାନ ବୋଲି ମୋନାକୋରେ ଆଇପିସିସି ଜାରି କରିଥିବା ରିପୋର୍ଟରେ ଉଲ୍ଲେଖ କରିଛି। ଜଳବାୟୁ ପରିବର୍ତ୍ତନର ସିଧାସିଧା ପ୍ରଭାବ ସାମୁଦ୍ରିକ ଜୀବ ଉପରେ ପଡୁଛି। ବିଧ୍ବଂସକାରୀ ସାମୁଦ୍ରିକ ଝଡ ଏଥିଯୋଗୁ ସୃଷ୍ଟି ହେଉଛି ବୋଲି ଆଇପିସିସି କହିଛି।

   Related Posts