ଅନ୍ୟ ଜିଲ୍ଲାକୁ ଚାଲାଣ ବେଳେ ୪ ଶିଶୁ ଶ୍ରମିକ ଉଦ୍ଧାର

Published By : Prameya-News7 Bureau | March 02, 2021 IST

ଉଦଳା ୨।୩: ଦାଦନ ଖଟାଇବାକୁ କୋମଳମତି ଶିଶୁମାନଙ୍କୁ ଅନ୍ୟ ଜିଲ୍ଲାକୁ ଚାଲାଣ କରାଯାଉଥିବା ବେଳେ ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହାସହ ଦଲାଲ ସନ୍ଦେହରେ ଦୁଇ ଜଣ ମହିଳାଙ୍କୁ ଅଟକ ରଖିଛି । ଏଭଳି ଘଟଣା ଘଟିଛି ଉଦଳା ବସଷ୍ଟାଣ୍ଡରେ ।

ସୂଚନାଯୋଗ୍ୟ ଯେ, ଶିଶୁ ଶ୍ରମିକଙ୍କୁ ବାହାର ରାଜ୍ୟକୁ ଦାଦନ ଖଟିବା ନିମନ୍ତେ ଚାଲାଣ କରାଯାଉଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଏହା ସହିତ ଦଲାଲ ସନ୍ଦେହରେ ଦୁଇ ଜଣ ମହିଳାଙ୍କୁ ଥାନାରେ ଅଟକ ରଖିଛି । ଶିଶୁ ଶ୍ରମିକମାନେ ଜିଲ୍ଲା ବାହାରକୁ ଦାଦନ ଖଟିବାକୁ ଯାଉଥିବା ଖବର ପାଇ ସୋମବାର ବିଳମ୍ବିତ ରାତିରେ ପୋଲିସ ବସଷ୍ଟାଣ୍ଡରେ ଚଢାଉ କରିଥିଲା । ଭୁବନେଶ୍ବର ଯାଉଥିବା ଏକ ଘରୋଇ ବସରୁ ୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ୪ ଜଣ ଶିଶୁ ଶ୍ରମିକଙ୍କ ମଧ୍ୟରେ ୩ ଜଣ ନାବାଳିକା ରହିଥିବା ବେଳେ ଜଣେ ନାବାଳକ ରହିଥିବା ଜଣାଯାଇଛି । ଦୁଇ ଜଣ ମହିଳା ଏହି ଶିଶୁ ଶ୍ରମିକମାନଙ୍କୁ ତିର୍ତ୍ତୋଲ ଅଞ୍ଚଳରେ ଇଟାଭାଟିରେ କାମ କରାଇବା ନିମନ୍ତେ ନେଉଥିବା  ଜଣାଯାଇଛି । ଦୁଇ ଜଣ ମହିଳାଙ୍କ ସମେତ ଏକ କାର୍ ଏବଂ କାର୍ ଚାଳକକୁ ମଧ୍ୟ ପୋଲିସ୍ ଥାନାରେ ଅଟକ ରଖିଥିବା ଜଣାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.