ଆରପାରିରେ ମା, ଜେଲ୍‌ରେ ବାପା ; ବେସାହାରା ୪ କୋମଳମତି ଶିଶୁ

Published By : Prameya-News7 Bureau | January 12, 2019 IST

ସୋର ୧୨|୧: ମା ଆରପାରିକୁ ଚାଲିଯାଇଥିବାବେଳେ ଜେଲରେ ଅଛନ୍ତି ବାପା । ଏବେ ୪ କୋମଳମତି ଶିଶୁ ବେସାହାରା ହୋଇଯାଇଛନ୍ତି। ବୟସର ଅପରାହ୍ନରେ ପହଞ୍ଚିଥିବା ବୃଦ୍ଧ ଜେଜେ ବାପା ଓ ଜେଜେ ମାଙ୍କ ଉପରେ ଏବେ ୪ ଶିଶୁଙ୍କ ଭାର । ନା ରୋଜଗାର ଅଛି, ନା ଏମାନଙ୍କୁ ଲାଳନପାଳନ କରିବାର କ୍ଷମତା ଅଛି। ଅତି ଦୟନୀୟ ଅବସ୍ଥାରେ କଟୁଛି ସେ।ର ପୁରୁଷେ।ତ୍ତମପୁରର ବୃଦ୍ଧ ଦମ୍ପତିଙ୍କ ଜୀବନ ।

{"id":73068}

ବେସାହାରା ଚାରି ଚାରି ଜଣ ଶିଶୁ । ଦୁନିଆକୁ ଭଲଭାବେ ବୁଝିବା ଆଗରୁ ହଜି ଯାଇଛି ସେମାନଙ୍କ ମୁହଁରୁ ହସ । ବାପା ଜେଲରେ ବନ୍ଦୀ । ମା ଆରପାରିରେ । କଅଁଳ ବୟସରେ ମାଡି ଆସିଛି ଦୁଃଖର ପାହାଡ । ଆଉ ଏବେ ବୃଦ୍ଧ ଜେଜେ ବାପା ଓ ଜେଜେମାଙ୍କ ଉପରେ ଏମାନଙ୍କ ଭାର । ଯେତେବେଳେ ଯିଏ କଣ ଦେଲା ଖାଇ ଦେଲେ, ନହେଲେ ପେଟରେ ପଡେ ଓଦାକନା । ଏମିତି କିଛି ଘଟଣା ଘଟିଛି ସୋର ପୁରୁଷୋତ୍ତରପୁର ଗାଁରେ । ପୁରୁଷୋତ୍ତମପୁରର ମହେନ୍ଦ୍ର ମଲ୍ଲିକ ଏକ ମାମଲାରେ ଛନ୍ଦି ହୋଇ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି । ସ୍ତ୍ରୀ ମିନତି ମାଗିଯାଚି ପରିବାର ଚଳାଉଥିଲେ । ହେଲେ ସେ ବି ଆଉ ନାହାନ୍ତି । ମାସେ ତଳେ ସାହି ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ହୋଇଛି । ଏବେ ୪ପିଲାଙ୍କ ଭବିଷ୍ୟତ ଚିନ୍ତାରେ ବୃଦ୍ଧ ଦମ୍ପତ୍ତିଙ୍କ ଆଖିକୁ ଆଉ ନିଦ ନାହିଁ । ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ କରିଛନ୍ତି ଆକୁଳ ନିବେଦନ ।

{"id":73069}

ପାଠ ପଢିବି, ବଡ ଲୋକ ହେବି, ଏମିତି କିଛି ସ୍ବପ୍ନ ଦେଖୁଛନ୍ତି ବଡ ଭାଓ ଓ ଭଉଣୀ । ହେଲେ ସ୍ବପ୍ନ ପୂରଣ କରିବା ପାଇଁ ସମ୍ବଳ ନାହିଁ କି ପରିବାରର ସାମର୍ଥ୍ୟ ନାହିଁ । ଗୁମୁରି କାନ୍ଦୁଛନ୍ତି ପରିବାର, ବୁକୁ ଫଟା ଦୁଃଖ ଶୁଣିବାକୁ କେହି ନାହିଁ । ସେପଟେ ତହସିଲଦାର କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ପରିବାରକୁ କଣ ସାହାଯ୍ୟ ଯୋଗାଇଦିଆଯିବ ସେ ନେଇ ନିଷ୍ପତ୍ତି ହେବ । 

{"id":73070}

ବେଳ ଥାଉ ଥାଉ ଯଦି ଏମାନଙ୍କୁ ସହଯୋଗ ନମିଳେ ଫୁଲ ହୋଇ ଫୁଟିବା ଆଗରୁ ଝାଉଁଳି ଯିବେ ଏହି ୪ ଶିଶୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.