Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ୪ ଗୋରୁ ମୃତ, ୧ ଆହତ

1/06/2021 at 1:06 PM

ରାଇରଙ୍ଗପୁର ୧।୬: ବେପରୁଆ ଗାଡି ଚାଳନା ପାଇଁ ଚାଲିଗଲା ନୀରିହ ପଶୁଙ୍କ ଜୀବନ । ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ୪ ଗୋରୁ ମୃତ ଏବଂ ୧ ଆହତ । ପୋଲିସ ଦ୍ବାରା ପିକ୍ ଅପ୍ ଭ୍ୟାନ୍ ଜବତ ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଯୋଡାମହୁଲ-କୁମ୍ଭିରଦା ରାସ୍ତାରେ ସୋମବାର ରାତି ସମୟରେ ଏକ ପିକ୍ ଅପ୍ ଭ୍ୟାନ୍ ବେପରୁଆ ଭାବେ ଦ୍ରୁତ ଗତିରେ ଆସି ଗୋରୁଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୨ଟି ଗାଈ ଏବଂ ୨ଟି ବାଛୁରୀର ମୃତ୍ୟୁ ହୋଇଥିବା ବେଳେ ୧ଟି ଗାଈ ଆହତ ହୋଇଛି । ଗୋରୁଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ଖସି ପଳାଉଥିବା ବେଳେ ପୋଲିସ ଦ୍ବାରା ଅଟକ ରହିଛି । ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଆଇଆଇସି ପଦ୍ମଲୋଚନ ‌ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

   Related Posts