ଛତିଶଗଡ କାଙ୍କେରରେ ବିଏସଏଫ ଯବାନ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ, ୪ ଯବାନ ସହିଦ

Published By : Prameya-News7 Bureau | April 04, 2019 IST

ରାୟପୁର ୪|୪: ଛତିଶଗଡ କାଙ୍କେରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ପଙ୍ଖାଜୁରରୁ ୩୫ କିଲୋମିଟର ଦୂର ମହଲା ଗ୍ରାମ ନିକଟ ଜଙ୍ଗଲରେ ଗୁଳିବିନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳିରେ ୪ଜଣ ବିଏସଏଫ ଯବାନ ସହିଦ ହୋଇଥିବା ଜଣାପଡିଛି । ଅନ୍ୟ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ଆଜି ସକାଳେ ବିଏସଏଫ ଯବାନ କମ୍ବିଂ ଅପରେସନରେ ଯାଇଥିବାବେଳେ ଯବାନଙ୍କ ଉପରେ ମାଓବାଦୀ ଆକ୍ରମଣ କରିଥିଲେ। ପ୍ରତି ଜବାବରେ ଯବାନମାନେ ଗୁଳିବିନିମୟ କରିଥିଲେ । ଫଳରେ ମାଓବାଦୀଙ୍କ ଗୁଳିରେ ୪ଜଣ ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଛତିଶଗଡର ନକ୍ସଲ ପ୍ରଭାବିତ କାଙ୍କେର ଲୋକସଭା ଆସନରେ ଚଳିତ ମାସ ୧୮ତାରିଖରେ ନିର୍ବାଚନ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.