Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

SCB ପରିସରକୁ ଦଲାଲ ମୁକ୍ତ ପାଇଁ ସ୍ଵତନ୍ତ୍ର ଅଭିଯାନ, ଗିରଫ ହେଲେ ୬ ଦଲାଲ

2/04/2021 at 1:00 PM

କଟକ ୨।୪: କଟକ ଏସସିବି ପରିସରକୁ ଦଲାଲ ମୁକ୍ତ କରିବାକୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ । ଏସସିବି ମେଡିକାଲ ପରିସରରୁ ୬ ଦଲାଲ ଗିରଫ ହୋଇଛନ୍ତି ।  ଏନେଇ କଟକ ଡିସିପି ସୂଚନା ଦେଇଛନ୍ତି ।  ବଡ ମେଡିକାଲ ପରିବର୍ତ୍ତେ ବିଭିନ୍ନ ଘରୋଇ ହସ୍ପିଟାଲକୁ ରୋଗୀମାନଙ୍କୁ ପଠାଉଥିବା ବେଳେ ମଙ୍ଗଳାବାଗ ଥାନା ପୋଲିସ ହାତରେ ଧରାପଡିଛନ୍ତି ଏହି ୬ ଜଣ ପେଶାଦାର ଦଲାଲ । ପରିତାପର ବିଷୟ ହେଲା ଗିରଫ ଅଭିଯୁକ୍ତମାନଙ୍କ ଭିତରେ ରହିଛନ୍ତି ଏସସିବି ମେଡିକାଲର ୨ ଜଣ ଷ୍ଟାଫ୍‌ ଏବଂ ୪ ଜଣ ଆମ୍ବୁଲାନ୍ସ ଡ୍ରାଇଭର ।

ଏସସିବି ମେଡିକାଲ ଅପେକ୍ଷା ଘରୋଇ ହସ୍ପିଟାଲରେ ଉନ୍ନତ ମାନର ଚିକିତ୍ସା ମିଳିବ ବୋଲି ଏମାନେ ପ୍ରଥମେ ରୋଗୀମାନଙ୍କୁ ବୁଝାଉଥିଲେ । ପରେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟମାନେ ଏଥିରେ ଏକମତ ହେବାପରେ ବିଭିନ୍ନ ଘରୋଇ ହସ୍ପିଟାଲକୁ ରୋଗୀମାନଙ୍କୁ ପଠାଇ ବେସ୍ ଭଲ ରୋଜଗାର କରୁଥିଲେ ଏହି ଦଲାଲମାନେ । ତେବେ ଏସସିବି ପରିସରରୁ ଦଲାଲ ଗିରଫ ହେବାଟା କିଛି ନୂଆ କଥା ନୁହେଁ, କିନ୍ତୁ ଡିସିପି କହିଛନ୍ତି ଯେ, ଏହି ଦଲାଲ ମାନଙ୍କର ରାକେଟର ପର୍ଦ୍ଦାଫାଶ କରିବା ଲାଗି ଏକ ନୂତନ ଅଭିଯାନ ଆରମ୍ଭ ହୋଇଛି । ପୋଲିସର ଗୁଇନ୍ଦା ବିଭାଗ ସେଥିଲାଗି ବିଶେଷ ଭାବେ କାର୍ଯ୍ୟ କରୁଛି, ତେଣୁ ଖୁବଶୀଘ୍ର ସେହି ନେଟଓ୍ବାର୍କର ପର୍ଦ୍ଦାଫାଶ କରାଯିବ ବୋଲି ଏକ ପ୍ରକାର ଭରସା ଦେଇଛନ୍ତି କଟକ ଡିସିପି ।  

   Related Posts