Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||

ପୁଣି ଭାଇରାଲ ହେଲା ଛାତ୍ରୀଙ୍କ ଅର୍ଦ୍ଧନଗ୍ନ ଭିଡିଓ, ୪ ବାଳକଙ୍କ ବିରୋଧରେ ଏତଲା

21/08/2019 at 8:01 PM

ବିଜନୌର : ଉତ୍ତରପ୍ରଦେଶ ବିଜନୌରରେ ପୁଣି ଭାଇରାଲ ହେଲା ଭିଡିଓ। ସୋସାଲ ମିଡିଆରେ ଜନୈକ ଛାତ୍ରୀଙ୍କ ଅର୍ଦ୍ଧନଗ୍ନ ଭିଡିଓ ଭାଇରାଲ ହେବା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଏହି ଚାଞ୍ଚଲ୍ୟ ଭିଡିଓକୁ ନେଇ ନୁହେଁ ଏଭଳି କାମ କରିଥିବା ୪ ବାଳକଙ୍କୁ ନେଇ। ବାଳକମାନେ  ଘର ପାଖ ଜଙ୍ଗଲକୁ ଗାଈଙ୍କ ଲାଗି ଘାଷ ଆଣିବାକୁ ଯାଇଥିବା ଜଣେ ଛାତ୍ରୀକୁ ଜୋର ଜବରଦସ୍ତ ଧରି ଅଧା ଲଙ୍ଗଳା କରି ଭିଡିଓ କ୍ଲିପ କରିଥିଲେ। ତେବେ ସେମାନେ ଏହାକୁ ସୋସାଲ ମିଡିଆରେ ଅପଲୋଡ କରିବା ପରେ  ଲୋକଲୋଚନକୁ ଆସିଛନ୍ତି।

ଛାତ୍ରୀଙ୍କ ପରିବାର ଲୋକେ ଜାଣିବା ପରେ ପଞ୍ଚାୟତ ଡକାଯାଇଥିଲା।  ଏଥିରେ ଜଣେ ବାଳକ ଛାତ୍ରୀଙ୍କୁ ବିବାହ କରିବାକୁ ବି ପ୍ରସ୍ତାବ ଦେଇଥିଲେ। ହେଲେ ଏଥିରେ ଛାତ୍ରୀ ରାଜି ନ ହେବାରୁ ମାମଲା ଥାନାକୁ ଯାଇଛି। ଛାତ୍ରୀଙ୍କ ପରିବାର ଲୋକେ ପୋଲିସରେ ଲିଖିତ ଏତଲା ଦେଇଥିବା ବେଳେ ୪ ଜଣ ବାଳକ ଏବେ କେଉଁଆଡେ ଫେରାର ହୋଇଯାଇଛନ୍ତି।

ଘଟଣା ଦିନ ଛାତ୍ରୀଙ୍କ ପରିବାର ଲୋକେ ଏକ ବିବାହ ଉତ୍ସବକୁ ଯାଇଥିଲେ। ଘରେ ଏକାକୀ ଥିବା ଛାତ୍ରୀ ପାଖ ଜଙ୍ଗଲକୁ ଗାଇଙ୍କ ଲାଗି ଘାଷ ପାଇଁ ଯିବା ବେଳେ ଆଖୁ କିଆରିରେ ବସିଥିବା ୪ ଜଣ ବାଳକ ଏହି କାଣ୍ଡ କରିଥିଲେ। ଛାତ୍ରୀ ଏକାଦଶ ଶ୍ରେଣୀରେ ପଢନ୍ତି। ଏବେ ଭିଡିଓ ସୋସାଲ ମିଡିଆରେ ଅପଲୋଡ ହେବା ପରେ ସେ ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି।  ତେବେ ଘଟଣା ୪ ମାସ ପୂର୍ବର ବୋଲି କହିଛନ୍ତି ସିଟି ଏସପି ଲକ୍ଷ୍ମୀ ନିବାଶ ମିଶ୍ର। ଏ ନେଇ ଏତଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କ ତଲାସ ଜାରି ରହିଛି। ଖୁବ୍ ଶୀଘ୍ର ପୋଲିସ ସେମାନଙ୍କୁ ଗିରଫ କରିବ ବୋଲି କହିଛନ୍ତି ଏସପି।

   Related Posts