ମହାନଦୀରୁ ଚାରୀ ମୃତ ଦେହ ମିଳିବ ଘଟଣା;କୁଜଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୋଲିସ

Published By : Prameya-News7 Bureau | May 11, 2018 IST

ମହାନଦୀରୁ ଉଦ୍ଧାର ମା ଓ ୩ ପିଲାଙ୍କ ଶବ ବ୍ୟବଚ୍ଛେଦ କରାଯାଉଛି । ଶବ ବ୍ୟବଚ୍ଛେଦ ପରେ ଶେଷକୃତ୍ୟ କରାଯିବ । ଗତକାଲି ଅପରାହ୍ନରେ କୁଜଙ୍ଗ ଶନି ମନ୍ଦିର ନିକଟ ମହାନଦୀ ପଠାରେ ୪ଜଣଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ୪ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଯୋଗୁଁ ଆଜି ଶବ ବ୍ୟବଚ୍ଛେଦ କରାଯାଉଛି । ମୃତକମାନେ ହେଲେ ଜଗନ୍ନାଥପୁର ଗାଁର ମାମାନୀ ସେଠୀ ତାଙ୍କର ଦୁଇ ଝିଅ ୧୦ ବର୍ଷିୟ ବର୍ଷା, ୮ ବର୍ଷିୟ ଦିଶା ଓ ୫ ବର୍ଷିୟ ମୁନା । କିଛି ଦିନ ତଳେ ମାମାନୀଙ୍କ ସ୍ବାମୀ ବିଶ୍ବମ୍ବର ସେଠୀଙ୍କର ମୃତ୍ୟୁ ହୋଇଥିଲା । ପୂର୍ବରୁ ବିଶ୍ବମ୍ବରଙ୍କ ବାପା, ମାଙ୍କର ମୃତ୍ୟୁ ଘଟିଥିଲା । ସ୍ବାମୀ ମଲା ପରେ କ୍ଷତିପୂରଣ ବାବଦକୁ ମାମନୀଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଥିଲା । ଏହି ଟଙ୍କାକୁ କେନ୍ଦ୍ର କରି ମା ପିଲାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୋଲିସ ମୃତ ମହିଳାଙ୍କ ଭାଇ ଓ ବାପାଙ୍କୁ ପଚରା ଉଚରା କରୁଛି । ଏଥି ସହ କୁଜଙ୍ଗର ବିଭିନ୍ନ ସ୍ଥାନରେ ଚଢାଉ କରିଛି । ..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.