ପଶ୍ଚିମବଙ୍ଗରେ ସଂଘର୍ଷ : ୩ ବିଜେପି ଓ ଜଣେ ତୃଣମୂଳ କଂଗ୍ରେସ କର୍ମୀ ମୃତ
9/06/2019 at 8:44 AM

କୋଲକାତା ୯|୬: ପଶ୍ଟିମବଙ୍ଗରେ ପୁଣି ତୃଣମୂଳ ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ସହ ଗୁଳି ବିନିମୟ ହୋଇଛି । ୩ ଜଣ ବିଜେପି କର୍ମୀଙ୍କ ସମେତ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କ ମୃତ୍ୟୁ ହୋଇଛି । ପଶ୍ଟିମବଙ୍ଗ ୨୪ ପ୍ରଗଣା ଜିଲ୍ଲା ନଜରାତ ସନ୍ଦେସଖାଲି ଅଞ୍ଚଳରେ ଶନିବାର ଘଟିଛି ଏଭଳି ଘଟଣା । ମୃତକ ମାନଙ୍କ ପରିଚୟ ମିଳିଛି । ସେମାନେ ହେଲେ ବିଜେପି କର୍ମୀ ତପନ ମଣ୍ଡଳ, ସୁକାନ୍ତ ମଣ୍ଡଳ ଓ ପ୍ରଦିପ ମଣ୍ଡଳ । ସେହିପରି ଟିଏମସି କର୍ମୀ କାୟୁମ୍ ମୋହ୍ଲାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ବର୍ତ୍ତମାନ ଉଭୟ ଦଳର କର୍ମୀମାନେ ଛକାଛକି ସ୍ଥିତିରେ ରହୁଛନ୍ତି ।
Related Posts
ଆସନ୍ତାକାଲିଠୁ ବଜେଟ ଅଧିବେଶନ, ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟସଭା ଅଧ୍ୟକ୍ଷ
28 January 2021
ଲାଲକିଲ୍ଲାରେ ଡକାୟତି ନେଇ ମାମଲା ରୁଜୁ, ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ
27 January 2021