Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ରାଜ୍ୟସଭା ନିର୍ବାଚନ : ବିଜେଡିର ୪ ପ୍ରାର୍ଥୀ ଆଜି ଭରିବେ ନାମାଙ୍କନ

11/03/2020 at 9:49 AM

ଭୁବନେଶ୍ବର ୧୧।୩:  ରାଜ୍ୟସଭା ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିଜେଡିର ୪ ପ୍ରାର୍ଥୀ । ରାଜ୍ୟସଭା ନିର୍ବାଚନରେ ବିଜେଡି ସୁବାସ ସିଂ, ମୁନ୍ନା ଖାଁ, ସୁଜିତ କୁମାର, ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିଛି । ଏମାନେ ବିଧାନସଭାର ନୂଆ କନଭେନସନ ହଲରେ ରାଜ୍ୟସଭା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏମାନେ ପ୍ରାର୍ଥୀପତ୍ର ଦାଖଲ କରିବେ ।

ମୁଖ୍ୟମନ୍ତ୍ରୀ, ବିଜେଡିର ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରାଯିବ । ସୁବାସ ସିଂଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବକ ରହିବେ ବୋଲି ସୂଚନା ମିଳିଛି ।

ବର୍ତ୍ତମାନ ସୁଧା ବିଜେପି କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି । ୧୩ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ଯଦି ବିଜେପି ପ୍ରାର୍ଥୀ ନଦିଏ ତେବେ ବିଜେଡିର ୪ଜଣ ଯାକ ପ୍ରାର୍ଥୀ ନିଦ୍ବନ୍ଦ୍ବରେ ନିର୍ବାଚିତ ହେବେ । ଆଉ ନିର୍ବାଚନ ହେବ ନାହିଁ ।

ଅନ୍ୟପଟେ କଂଗ୍ରେସ ସଂଖ୍ୟା ଦୃଷ୍ଟିରୁ ରାଜ୍ୟସଭାରେ କୌଣସି ପ୍ରାର୍ଥୀ ଦେବନି ବୋଲି ଘୋଷଣା କରିସାରିଛି ।

   Related Posts